28.1 C
Bhubaneswar
Saturday, April 27, 2024
Homeକରୋନାଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା

ମୁମ୍ବାଇ : ବଲିଉଡ୍‌ର ଜଣକ ପରେ ଜଣେ ଅଭିନେତା ଏବେ କରୋନା ଭୂତାଣୁରେ ସଂକ୍ରମିତ ହେବାରେ ଲାଗିଛନ୍ତି । ରଣବୀର କପୁର, ମନୋଜ ବାଜପାୟୀଙ୍କ ସମେତ ଅନେକ କଳାକାର ଏହି ମହାମାରୀରେ ଆକ୍ରାନ୍ତ ହେବା ପରେ ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଅକ୍ଷୟ ନିଜେ ସୋସିଆଲ ମିଡିଆ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅକ୍ଷୟ ଟ୍ୱିଟ୍‌ କରି କହିଛନ୍ତି, ‘ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ଆଜି ସକାଳେ ମୋର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ନିୟମକୁ ପାଳନ କରି ମୁଁ ନିଜକୁ ଆଇସୋଲେଟ୍‌ କରିନେଇଛି। ନିଜ ଘରେ କ୍ବାରେଣ୍ଟାଇନରେ ରହିଛି। ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ’ ବୋଲି ଅକ୍ଷୟ ଟ୍ୱିଟ୍‌ କରି କହିଛନ୍ତି । ଏହା ସହିତ ସେ ଖୁବଶୀଘ୍ର ଆକ୍ସନ ଦୁନିଆକୁ ଫେରିବେ ବୋଲି ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking