36.1 C
Bhubaneswar
Thursday, May 2, 2024
Homeମନୋରଞ୍ଜନଫେଲ୍‌ ମାରିଲେ ଅକ୍ଷୟ କୁମାର

ଫେଲ୍‌ ମାରିଲେ ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ଲୋକେ ବହୁତ ଦିନରୁ ଅପେକ୍ଷା କରି ରହିଥିଲେ। ସାଜିଦ୍‌ ନାଡିୟାଡୱାଲାଙ୍କ ଏହି ଫିଲ୍ମ ସେହି ସମୟରେ ରିଲିଜ୍‌ ହୋଇଛି ଯେଉଁ ସମୟରେ ପୂରାଦେଶ ତିନି ଦଶନ୍ଧି ପୂର୍ବେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଅନୁଭବ କରିଛି। ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିଛି। ଏହି ଫିଲ୍ମଟିକୁ ଦେଖୀବା ପାଇଁ ସେଲିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକେ ଅନୁରୋଧ କରୁଥିବାର ଦେଖାଯାଇଛି।

ଏଭଳି ଏକ ସମୟରେ ଯେକୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ରିଲିଜ୍‌ ହେବ, ତାହା ଫେଲ୍ ମାରିବା ସ୍ବାଭାବିକ। ଖାସ୍‌ ଏହି କାରଣରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସ୍‌ରେ ଫେଲ୍‌ ମାରିଲା। ଯେତିକି ଦର୍ଶକ ‘ବଚ୍ଚନ ପାଣ୍ଡେ’ ଦେଖୀଛନ୍ତି ଏହା ଏକ ଟାଇମ୍‌ପାସ୍‌ ଏଣ୍ଟରଟେନର୍‌ ବୋଲି କହିଛନ୍ତି। ଇତିମଧ୍ୟରେ ‘ଆର୍‌ଆର୍‌ଆର୍’ର ରିଲିଜ୍‌ ଏହାକୁ ବହୁ ପଛକୁ ପକାଇ ଦେଇଛି। ସପ୍ତାହକ ଭିତରେ ‘ବଚ୍ଚନପାଣ୍ଡେ’ ମାତ୍ର ୫୦ କୋଟି ଆୟ କରିବାରେ ସଫଳ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking