43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶହନୁମାନ ଜୟନ୍ତୀ ଶୋଭାଯାତ୍ରା  ବିବାଦ ଜାମା ମସ୍‌ଜିଦ୍ ଠୁ ଆରମ୍ଭ ହୋଇଥିଲା: ପୁଲିସ୍‌

ହନୁମାନ ଜୟନ୍ତୀ ଶୋଭାଯାତ୍ରା  ବିବାଦ ଜାମା ମସ୍‌ଜିଦ୍ ଠୁ ଆରମ୍ଭ ହୋଇଥିଲା: ପୁଲିସ୍‌

ନୂଆଦିଲ୍ଲୀ: ଜାହାଙ୍ଗୀରପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପୋଲିସ୍ ମାମଲା ରୁଜୁ କରିଛି । ଥାନା ଅଧିକାରୀ ରାଜୀବ ରଂଜନ ସିଂ କହିଛନ୍ତି ଯେ, ଜାମା ମସଜିଦ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ମାତ୍ରେ କିଛି ଲୋକ ଯୁକ୍ତିତର୍କ ଆରମ୍ଭ କରିଥିଲେ। ବିତର୍କ ଏତେ ବଢ଼ିଗଲା ଯେ ପରିସ୍ଥିତି ପଥର ଫିଙ୍ଗିବା ପର୍ଯ୍ୟନ୍ତ ଯାଇଥିଲା । ଏହାର କିଛି ସମୟ ପରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ରୁଜୁ ହୋଇଥିବା  ଏତଲା ଅନୁସାରେ ପୋଲିସ ଷ୍ଟେସନ ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ଶୋଭଯାତ୍ରା ନିଆଯାଉଥିଲା। ଶନିବାର ସନ୍ଧ୍ୟା ୦୪.୧୫ରେ ଜାହାଙ୍ଗୀରପୁରୀରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ବିଜେଆରଏମ ହସ୍ପିଟାଲ ରୋଡ, ବିସି ମାର୍କେଟ, କୁଶଲ ଚୌକ୍ ଦେଇ ମହେନ୍ଦ୍ର ପାର୍କରେ ଶେଷ ହୋଇଥାନ୍ତା । ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ବେଳେ ଜାମା ମସ୍‌ଜିଦ୍ ନିକଟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।
ସନ୍ଧ୍ୟା ପ୍ରାୟ ୬ ଟାରେ ଜାମା ମସଜିଦ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ମାତ୍ରେ ଅନସର ନାମକ ଜଣେ ବ୍ୟକ୍ତି ତାଙ୍କ ୪-୫ ସାଥୀଙ୍କ ସହ ଆସି ଏହି ଶୋଭାଯାତ୍ରାରେ ଜଡିତ ଲୋକଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ବିତର୍କ ବୃଦ୍ଧି ପାଇବାରେ ଉଭୟ ପକ୍ଷ ଉଭୟଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ଶୋଭାଯାତ୍ରାରେ କୋଳାହଳ ସ୍ଥିତି ଉପୁଜିଥିଲା । ସେପଟେ ଉତ୍ତେଜନା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପଥର ଫିଙ୍ଗା ବନ୍ଦ କରି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ପକ୍ଷଙ୍କୁ ଅଲଗା କରିଥିଲା । କିଛି ମିନିଟ୍ ପରେ ହଠାତ୍ ଉଭୟ ପାର୍ଶ୍ୱରୁ ସ୍ଲୋଗାନ ସହ ପଥର ଫିଙ୍ଗା ପୁଣି ଆରମ୍ଭ ହୋଇଥିଲା । ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରୁ ବାଧ୍ୟ ହୋଇ ପୋଲିସ ଫୋର୍ସ ମୁତୟନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking