33.1 C
Bhubaneswar
Sunday, May 5, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଏ ଜୀବନଟା ଗୋଟିଏ ରଙ୍ଗମଞ୍ଚ ଏଠି ଦୁଃଖରେ ହସିବାକୁ ହେବ ଆଉ ସୁଖରେ କାନ୍ଦିବାକୁ ହେବ . ଟିକିଏ ହସି କଥା କହି ଦେଖନ୍ତୁ ଅନେକ ବଡ ବଡ ସମସ୍ୟାର ସମାଧାନ ହୋଇଯିବ କାହିଁକିନା ମଣିଷର ସବୁଠାରୁ ବଡ ଶକ୍ତି ହେଉଛି ତା ଓଠର ହସ !!”

ନିଜର ଭାବୁଥ୍‌ବା ଅତି ପ୍ରିୟ ବସ୍ତୁ , ବ୍ୟକ୍ତି ଅଥବା ନିଜର ଶରୀର ମଧ୍ୟ ବାସ୍ତବରେ ନିଜର ନୁହେଁ , କେବଳ ଆମେ ଭଡାଟିଆ ପରି ତାହାକୁ ଉପଯୋଗ କରି ଏହି ଦୁନିଆରେ ଛାଡି ଚାଲିଯାଉ , ସେଥିପାଇଁ କାହା ଉପରେ ମୋହ ନ ରଖି କେବଳ ନିଜର ସୁକର୍ମ ଉପରେ ମୋହ ରଖିବା ଉଚିତ୍ !!”

ଯେତେବେଳେ କୌଣସି ଗଛର ଛାଇରେ ମୁହୂର୍ତ୍ତେ ଛିଡା ହୋଇ ଉସ୍ବାସ ଲାଭ କରୁଛନ୍ତି ସେ ସମୟରେ ଚିନ୍ତା କରିବା ଆବଶ୍ୟକ ଯେ ଚାରା ଅନ୍ୟ କେହି ରୋପଣ କରିଥିଲା , ଏଣୁ ସବୁବେଳେ ସ୍ବାର୍ଥପର ନହୋଇ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ଚିନ୍ତା କରିବା ଉଚିତ !!”

କାହା ଉପରେ ଭରସା କରିବା ସମୟରେ ଟିକିଏ ସାବଧାନ ରୁହନ୍ତୁ , କାହିଁକିନା ମିଶ୍ରି ଆଉ ଫିଟିକିରି ଦେଖିବାକୁ ଏକାଭଳି !!”

ଅଦ୍ୟ ଅପ୍ରେଲ ମାସ ୨୯ ତାରିଖ ୨୦୨୩ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ବୈଶାଖ ମାସ-ଶୁକ୍ଳପକ୍ଷ
ତିଥି- ନବମୀ ସନ୍ଧ୍ୟା ଘ୦୬/୩୪ ପର୍ୟ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୧/୩୩ ପର୍ୟ୍ୟନ୍ତ ତଦନ୍ତେ ମଘା
ଚନ୍ଦ୍ର-କର୍କଟ ଦିବା ଘ୦୧/୩୩ ପର୍ୟ୍ୟନ୍ତ ତଦନ୍ତେ ସିଂହ
ଯୋଗ- ଗଣ୍ଡ
କରଣ – କୌଳବ
ସୌରମାସ- ମେଷ ୧୬ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୨୯
*✧═════•❁❀
ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୬/୨୪ ପର୍ୟ୍ୟନ୍ତ ତଦନ୍ତେ ଉତ୍ତରେ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ବୃଷ, ସିଂହ ଓ କନ୍ୟା ରାଶିର ଘାତବାର
ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୬ ମଧ୍ୟେ ଓ ଘ୦୪/୩୩ ଗତେ ଘ୦୬/୦୫ ମଧ୍ୟେ
ବାରବେଳା – ଦିବା ଘ୦୧/୨୨ ଗତେ ଘ୦୨/୫୫ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୨୩ ଗତେ ଘ୧୨/୩୫ ମଧ୍ୟେ ରାତ୍ରି ଘ୦୮/୩୫ ଗତେ ଘ୧୦/୫୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଲାଉ ସନ୍ଧ୍ୟା ଘ୦୬/୨୪ ଗତେ କଳମଶାଗ ଭକ୍ଷଣ ନିଷେଧ
═✧══•❁❀❁•═════

✧═════•❁❀❁•════
ଆଜିର ରାଶିଫଳ*
✧═════•❁❀❁•═════✧
🌹ମେଷ🌹👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
✧═════•❁❀❁•═════✧
🌹ବୃଷ🌹👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
✧═════•❁❀❁•═════✧
🌹ମିଥୁନ🌹👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
✧═════•❁❀❁•═════✧
🌹କର୍କଟ🌹👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
✧═════•❁❀❁•═════✧
🌹ସିଂହ🌹👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ
✧═════•❁❀❁•═════✧
🌹କନ୍ୟା🌹👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════✧
🌹ତୁଳା🌹👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
✧═════•❁❀❁•═════✧
🌹ବିଛା🌹👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
✧═════•❁❀❁•═════✧
🌹ଧନୁ🌹👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
✧═════•❁❀❁•═════✧
🌹ମକର🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
✧═════•❁❀❁•═════✧
🌹କୁମ୍ଭ🌹👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
✧═════•❁❀❁•═════✧
🌹ମୀନ🌹👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking