32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତର ହଣ୍ଟେଡ ରୋଡ

ଭାରତର ହଣ୍ଟେଡ ରୋଡ

ନୂଆଦିଲ୍ଲୀ: ଭାରତରେ ଅନେକ ହଣ୍ଟେଡ ରାସ୍ତା ଓ ରାଜପଥ ରହିଛି । ଯେଉଁ ବାଟ ଦେଇ ଯିବା ବେଳେ ଆଜି ବି ଲୋକେ ଡରନ୍ତି । ଅନେକ ରାଜପଥରେ ରାତିରେ ଭୟଙ୍କର ଦୃଶ୍ୟ ବି ନଜର ଆସେ ।

ଏନଏଚ ୨୦୯, ତାମିଲନାଡୁ

ସତ୍ୟମଙ୍ଗଳମ ବନ୍ୟଜୀବ ଅଭୟାରଣ୍ୟ ପର୍ଯ୍ୟନ୍ତ ପହଂଚିବା ପାଇଁ ଏନଏଚ୨୦୯ ଦେଇ ଯିବାକୁ ପଡିଥାଏ । କେବେ ସେହି ଅଂଚଳରେ ଚନ୍ଦନ କାଠ ମାଫିଆ ବୀରପନ ରାଜ କରୁଥିଲା । ହେଲେ ମୃତ୍ୟୁ ପରେ ତାର ଆତ୍ମା ସେଠାରେ ଘୂରି ବୁଲୁଥିବା କୁହାଯାଏ । ସେହି ଅପରାଧୀ ଜଣକ ଅପହରଣ, ଦଲାଲ ଓ ହତ୍ୟା ଭଳି ଅପରାଧ ପାଇଁ କୁଖ୍ୟାତ ଥିଲା । ଯଦି ଆପଣ ସେହି ଏନ ଏଚ ୨୦୯ ଦେଇ ଯାଉଛନ୍ତି ତେବେ ନିହାତି ଆପଣଙ୍କୁ ପ୍ରେତର ଛାଇ ଅନୁଭବ ହେବ । ସେହି ରାସ୍ତାରେ କିଏ ହସିବା ଓ ଚିତ୍କାର କରିବା ଶବ୍ଦ ଶୁଣାଯାଏ  । ଏହାସହ ଲୋକଙ୍କୁ ଅନ୍ଧାରରେ କିରଣ ଦେଖାଯାଏ । ଅବୟାରଣ୍ୟର ଘନ ଅନ୍ଧକାରରେ ବୀରପନର ଆତ୍ମା ଘୂରିବୁଲେ ବୋଲି କୁହାଯାଏ ।

ଦିଲ୍ଲୀ ଜୟପୁର ହାଇୱେ

ଭାରତର ହଣ୍ଟେଡ  ହାଇୱେରେ ଦିଲ୍ଲୀ-ଜୟପୁର ରାଜମାର୍ଗ ବି ସାମିଲ ରହିଛି । ଏହା ହଣ୍ଟେଡ ବୋଲି କହିବାର କାରଣ ହେଉଛି ଭାନଗଡ ଦୁର୍ଗ । ଭାରତର ହଣ୍ଟେଡ ସ୍ଥାନ ମାନଙ୍କ ଭିତରେ ଭାନଗଡ ଦୁର୍ଗ ସାମିଲ ରହିଛି । ଏହି ରାସ୍ତାରେ ଭୟାବହ ଦୃଶ୍ୟ ଅନୁଭବ କରିଥିବା  ଏହି ରାଜପଥ ଦେଇ ଯାତ୍ରା କରିଥିବା ବ୍ୟକ୍ତି ମାନେ କହିଥାନ୍ତି ।

୨ ଲେନ୍ ଇଷ୍ଟ କୋଷ୍ଟ ରୋଡ୍‌

ଚେନ୍ନାଇ ଓ ପୁଡୁଚେରୀକୁ ୨ ଲେନ ଇଷ୍ଟ କୋଷ୍ଟ ରୋଡ୍ ସଂଯୋଗ କରିଥାଏ । ଏହି ସଡକ ସହ ଭୟାନକ କାହାଣୀ ଯୋଡି ହୋଇ ରହିଛି, ଯାହା ବାସ୍ତବରେ ଡରାଇବା ଭଳି । ଏହି ରୋଡରେ ଗାଡି ଚଲାଇ ଯାଉଥିବା ବ୍ୟକ୍ତି ଏକ ଧଳା ଶାଢୀ ପିନ୍ଧା ମହିଳା ନଜର ଆସୁଥିବା କୁହନ୍ତି । କେବେ କେବେ ମହିଳା ଜଣକ ଗାଡି ସାମ୍ନାକୁ ଆସିଯାଏ. ଫଳରେ ଗାଡି ଚାଳକ ନିୟନ୍ତ୍ରଣ ହରାଇ ବସେ ଓ ଦୁର୍ଘଟଣାର ଶିକାର ହୋଇଥାଏ ।

କସେଡି ଘାଟ୍‌

କସେଡି ଘାଟକୁ ସବୁଠୁ ଭୟଙ୍କର ରୋଡ ବୋଲି କୁହାଯାଏ । ଏହି ମୁମ୍ବାଇ ଓ ଗୋଆ ରାଜପଥରେ ଅଚାନକ କାର କିମ୍ବା ବସ ଓଲଟି ପଡିବା ସାଧାରଣ ଘଟଣା । ଅଧିକାଂଶ ସମୟରେ ଲୋକେ କୁହନ୍ତି ଯେ, ଏହାକୁ କିଏ ଜଣେ କରେ । ଏହାଛଡା ଅନେକ ସମୟରେ ସେ ରାତିରେ କାର୍ କିମ୍ବା ବସ ଅଟକାଇବାକୁ ଚେଷ୍ଟା କରେ । ଏହି କାରଣ ପାଇଁ କାର କିମ୍ବା ବସ ଚାଳକ ନିଜ ସନ୍ତୁଳନ ହରାଇ ବସନ୍ତି ଓ ବଡ ଦୁର୍ଘଟଣା ଘଟିଯାଏ । ଲୋକେ ଆହୁରି ମଧ୍ୟ କୁହନ୍ତି, ଭୂତ ଅନେକ ଥର ଲୋକଙ୍କ ଗର୍ଦ୍ଦନ, ମୁହଁ ଓ ପିଠିକୁ ମାରେ । ଏହାକୁ ବାଦ ଦେଲେ ଅନେକ ଲୋକଙ୍କ କାର୍ ଅଚାନକ ଭାବେ ଅଟକି ଯାଇଛି ଏବଂ ତାଙ୍କ କାରରେ ଥିବା ନନଭେଜ ଖାଦ୍ୟ ଗାୟବ ହୋଇଯାଇଥିବା କୁହନ୍ତି ।

ତାହ୍ମିନୀ ଘାଟ

ମହାରାଷ୍ଟ୍ରରେ ଥିବା ତାହ୍ମିନୀ ଘାଟ୍ ହତ୍ୟା, ଚୋରୀ ଓ ଅସାମାନ୍ୟ ଘଟଣା ପାଇଁ ପରିଚିତ । ଲଗାତର ଭାବରେ ଏମିତି ଅଘଟଣ ପାଇଁ କାହିଁ କେବେଠୁ ଭୂତ, ପ୍ରେତଙ୍କ ବାସ ବୋଲି ହଣ୍ଟେଡ କୁହାଯାଏ । ଏହି ବାଟ ଦେଇ ଯାଇଥିବା ଲୋକେ ଅନେକ ଆତ୍ମା ବିଷୟରେ କହିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking