25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗ୫ଜି ରେସରେ ପଛରେ ପଡିଲା ରିଲାଏନ୍ସ ଜିଓ

୫ଜି ରେସରେ ପଛରେ ପଡିଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ୫ଜି ରେସରେ ଏୟାରଟେଲ ରିଲାଏନ୍ସ ଜିଓକୁ ପଛରେ ପକାଇ ଆଗକୁ ଯାଉଥିବା ଦେଖାଯାଇଛି । ଭାରତୀୟ ଟେଲିକମ୍ କମ୍ପାନୀ ଏୟାରଟେଲ କମର୍ସିଆଲ ନେଟୱାର୍କରେ ୫ଜି ଟେଷ୍ଟ କରୁଥିବା ପ୍ରଥମ ଟେଲିକମ୍ ଅପରେଟର ବନିଛି । ଏହାର ତଥ୍ୟଦେଇ କହିଛି ଯେ, ପୂର୍ବରୁ ଥିବା ୧୮୦୦ ମେଗାହର୍ସ ବ୍ୟାଣ୍ଡରେ ଏନଏସଏ ନେଟୱାର୍କ ଟେକ୍ନୋଲୋଜୀ ରେ ଏପରି ସେ ଏମିତି କରିଛି । ଏୟାରଟେଲ କହିଛି ଯେ, କମ୍ପାନୀ ଏମିତି ପ୍ରଥମଥର ଡାୟୋନମିକ ସ୍ପେକ୍ଟ୍ରମ ସେୟାରିଂ ବ୍ୟବହାର କରିଛି । ଏହି ସ୍ପେକ୍ଟ୍ରମ ବ୍ଲକରେ ୫ଜି ଓ ୪ଜିକୁ ଏକାସାଙ୍ଗରେ ବ୍ୟବହାର କରାଯାଇପାରିବ । ଏହି ଟେଷ୍ଟିଂରେ ଦେଖାଯାଇଥିଲା ଯେ ସମସ୍ତ ଡୋମେନ, ଯେମିତିକି ରେଡିଓ, କୋର ଓ ଟ୍ରାନ୍ସପୋର୍ଟ ପାିଁ ଏୟାରଟେଲର ୫ଜି ନେଟୱାର୍କ ପ୍ରସ୍ତୁତ ଅଛି । କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ହାଇଦ୍ରାବାଦରେ ବ୍ୟବହାରକାରୀ ୫ଜି ପୋନରେ ସେକେଣ୍ଡସରେ ପୁରା ଫିଲ୍ମ ଡାଉନଲୋଡ କରିପାରୁଥିଲେ । ଏହି ପରୀକ୍ଷଣରେ କମ୍ପାନୀ ନିଜ ଟେକ୍ନୋଲୋଜୀର କ୍ଷମତା ଦେଖାଇଛି । ତେବେ ବ୍ୟବହାରକାରୀଙ୍କୁ ୫ଜି ସୁବିଧା ସେତେବେଳେ ମିଳିପାରିବ, ଯେତେବେଳେ କମ୍ପାନୀକୁ ସରକାରଙ୍କ ତରଫରୁ ଅନୁମତି ଓ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ମିଳିବ । ଯେତେବେଳେ ୫ଜି ନେଟୱାର୍କ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ, ସେତେବେଳେ ସେମାନଙ୍କୁ ସିମ କାର୍ଡ ବଦଳାଇବା ଦରକାର ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking