36.1 C
Bhubaneswar
Monday, May 6, 2024
Homeକରୋନା ଓଡିଶାଏପ୍ରିଲ୍ ୨୫ରୁ ଏମ୍ସ ଓପିଡି ସେବା ବନ୍ଦ

ଏପ୍ରିଲ୍ ୨୫ରୁ ଏମ୍ସ ଓପିଡି ସେବା ବନ୍ଦ

ଭୁବନେଶ୍ୱର : ଏପ୍ରିଲ୍ ୨୫ ତାରିଖରୁ ଏମ୍ସ ଓପିଡି ସେବା ବନ୍ଦ ହେବ । ସହରରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ କାରଣରୁ ଓପିଡି ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବ । କେବଳ ଜରୁରୀକାଳୀନ ସେବା କ୍ଷେତ୍ରରେ ଖୋଲାଯିବ ବୋଲି ଆଜି ହସ୍ପିଟାଲ ପକ୍ଷରୁ ସୁଚନା ଦିଆଯାଇଛି । କିଛି ଦରକାରୀ ସେବାକୁ ଛାଡିଦେଲେ ବାକି ସବୁ ସେବା ବନ୍ଦ ରହିବ । ଯେପରିକି ଡାଏଲିସିସ୍, ରେଡିଓଥେରାପି, ଟ୍ରମା, ଟେଲିମେଡିସିନ୍ ସେବା ଆଦି ଜାରି ରହିବ । ଆହୁରି ମଧ୍ୟ ଯେଉଁ ମାନେ ଅନଲାଇନ୍ ରେ ୨୫ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ୍ କରିସାରିଥିବେ ସେମାନେ ଯାଇ ଚିକିତ୍ସା କରିପାରିବେ । ସେହିପରି ଟେଲିମେଡିସିନ୍ ସେବା ମାଧ୍ୟମରେ ଦରକାରୀ ମେଡିସିନ୍ ପାଇପାରିବେ ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି କରୋନାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୫୮କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ନୂଆ କରୋନା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୮୧୪ ଥିବା ବେଳେ ଲୋକାଲ କେସ ରହିଛି ୨ ହଜାର ୩୭। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking