33.1 C
Bhubaneswar
Wednesday, April 24, 2024
Homeକରୋନାଭୁବନେଶ୍ୱରରେ ଆଜି ୪୭୬ ଆକ୍ରାନ୍ତ ଚିହ୍ନଟ, ୧୪୦ ସୁସ୍ଥ

ଭୁବନେଶ୍ୱରରେ ଆଜି ୪୭୬ ଆକ୍ରାନ୍ତ ଚିହ୍ନଟ, ୧୪୦ ସୁସ୍ଥ

ଭୁବନେଶ୍ୱର  : ଭୁବନେଶ୍ୱରରେ ଆଜି ୪୭୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୮୮ ଓ ସ୍ଥାନୀୟ ଅଚଂଳରୁ ୩୮୮ ସଂକ୍ରମିତ ଅଛନ୍ତି । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୩୭ ହଜାର ୨୦୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଗତକାଲି ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କରୋନାରୁ ସୁସ୍ଥ ହେଲେ ୧୪୦ ଜଣ ଆକାନ୍ତ। ଏଥି ସହିତ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୪୮କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଏବେ ୩ ହଜାର ୫୮୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୦ ହୋଇଛି। ପୁରୁଣା ଭୁବନେଶ୍ବରରୁ ଆଜି ୩୩ ଜଣ, ନୟାପଲ୍ଲୀରୁ ୨୫ ଜଣ, ପଟିଆରୁ ୨୩ ଜଣ, ଚନ୍ଦ୍ରଶେଖରପୁରରୁ ୨୧ ଜଣ, ଖଣ୍ଡଗିରି, ନୟାପଲ୍ଲୀରୁ ୧୮ ଜଣ, ଲକ୍ଷ୍ମୀସାଗରରୁ ୧୭ ଜଣ ଓ ଝାରପଡ଼ାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking