36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବରିଷ୍ଠ କଂଗ୍ରେସ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ଆଜି ପରଲୋକ ହୋଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରାଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏବେ ତାଙ୍କର ମର ଶରୀରକୁ ଉତ୍ତରାଖଣ୍ଡ ନେବାକୁ ପ୍ରସ୍ତୁତି ଚାଲିଛି ।

ୟୁପିରୁ ଅଲଗା ହୋଇ ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ହେବା ପରେ ପ୍ରାୟ ଦୁଇ ଦଶକ ଧରି ଇନ୍ଦିରା ହ୍ରିଦୟେସ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ଭାବେ ବେସ୍ ଜଣାଶୁଣା ଥିଲେ । ସେ ଏବେ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀଦଳ ନେତା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

ସୂଚନାଯୋଗ୍ୟ, ଇନ୍ଦିରା ହ୍ରିଦୟେସ ଦିଲ୍ଲୀ ଆସିବା ପୂର୍ବରୁ ସାରା ଦେଶରେ ମହଙ୍ଗା ମାଡକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିଲେ । ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦଳର ରଣନୀତି ପ୍ରସ୍ତୁତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ଏହି ବାବଦରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking