33.1 C
Bhubaneswar
Friday, May 17, 2024
Homeଓଡିଶାବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ଯନ୍ତ୍ରୀଙ୍କ ସୂଚନା

ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇଲେ ଜଳସମ୍ପଦ ଯନ୍ତ୍ରୀ । ଲଗାତାର ବର୍ଷା ଚାଲିଥିବା ବେଳେ ମହାନଦୀ ଉପରମୁଣ୍ଡରେ ୧୪ ମିଲିମିଟରର ବର୍ଷା ହୋଇଥିବା ସୂଚନା ମିଳିଛି । ମହାନଦୀର ଉପରମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହୋଇଛି ତେଣୁ ଆଗକୁ ବନ୍ୟାର ଆଶଙ୍କା ନଥିବା ସେ କହିଛନ୍ତି । ସେପଟେ ହୀରାକୁଦରେ ଜଳସ୍ତର ଏବେ ୬୦୦.୭୯ ଫୁଟ ରହିଛି । ୨୩ଶହ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୩ ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି । ପୂର୍ବରୁ ବାତ୍ୟା ୟାସ୍ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୨୬ଟି ଘର ମଧ୍ୟରୁ ଏପର୍ଯ୍ୟନ୍ତ ୧୨୧ଟି ମରାମତି ହୋଇସାରିଛି । ତେଣୁ ମୋଟାମୋଟି ଭାବେ ଆଗକୁ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ସରକାରୀ ଅଫିସରମାନେ ବି ବେଶ୍ ସଜାଗ ଥିବା ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ ଆଗାମୀ ୩ ଦିନରେ ୩ଇଞ୍ଚ ବର୍ଷା ଆକଳନ କରାଯାଉଛି ଯାହାପାଇଁ ଆଗୁଆ ପ୍ରସ୍ତୁତି ସରିଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking