38.8 C
Bhubaneswar
Friday, April 19, 2024
Homeଓଡିଶାନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇଲା ପରେ ର୍ନିଦ୍ଧିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ଟି ଫାଭିପିର୍‌ଭିର୍‌ (favipiravir) ବକ୍ସ ଜବତ କରାଯିବା ସହ ୨୭ ପେଟି ଅନ୍ୟ ଔଷଧ ଜବତ କରାଯାଇଛି। ଏହାସହ ବିଭିନ୍ନ ଜିଲ୍ଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ଯାଞ୍ଚ ପରେ ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଥିବା ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ସମ୍ଭାବନା ଥିବାରୁ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି। ଶିଶୁଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଭାବେ ୧,୬୧୦ ସାଧାରଣ ବେଡ୍‌ ଓ ୬୧୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏହାସହ ଶିଶୁ ଭବନରେ କୋଭିଡ ଓ୍ୱାର୍ଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସେହିପରି ନବଜାତ କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କର୍ଣ୍ଣର୍ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ କେୟାର ସେଣ୍ଟର କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking