37.1 C
Bhubaneswar
Sunday, May 5, 2024
Homeଓଡିଶାଚିଠି ପରେ ଛୁଟି ମାଗିଲେ ପୁରୀ ଅବକାରୀ ଇନସ୍ପେକ୍ଟର

ଚିଠି ପରେ ଛୁଟି ମାଗିଲେ ପୁରୀ ଅବକାରୀ ଇନସ୍ପେକ୍ଟର

ପୁରୀ : ଛୁଟି ମାଗିଲେ ପୁରୀ ଅବକାରୀ ଇନସ୍ପେକ୍ଟର ସଂଜୟ ପଣ୍ଡା । ୧୫ ଦିନ ପାଇଁ ଅଧିକ୍ଷକଙ୍କ ନିକଟରେ ଛୁଟି ଆବେଦନ କଲେ । ମାନସିକ ଓ ଶାରୀରିକ ଅସୁସ୍ଥତା ପାଇଁ ଛୁଟି ମାଗିଥିବା ସୂଚନା । ଛୁଟି ଆବେଦନ ସମ୍ପର୍କରେ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ସୂଚନା । ୨୦୨୦ ରେ ମାନିସିକ ଅସୁସ୍ଥ ନେଇ ଆବେଦନରେ ଦର୍ଶାଇଛନ୍ତି ସଂଜୟ । କରୋନା ପରେ ମାନସିକ, ଶାରୀରିକ ଅସୁସ୍ଥ ହୋଇଥିବା ଜଣାଇଛନ୍ତି । ମାନସିକ ରୋଗ ବିଶେଷଜ୍ଞଙ୍କ ଠାରୁ ଔଷଧ ଖାଉଥିବା ଜଣାଇଛନ୍ତି । ତେବେ ବିଗତ କିଛି ଦିନ ହେଲାଣି ଔଷଧ ଛାଡି ଦେଇଥିବା କହିଛନ୍ତି । ଏବେ ପୁଣି ଚିକିତ୍ସା ପାଇଁ ଛୁଟି ଚାହୁଁଥିବା ଚିଠିରେ ଦର୍ଶାଇଛନ୍ତି ସଂଜୟ । ଅବକାରୀ କମିଶନରଙ୍କୁ ଚିଠି ଲେଖି ହଟଚମଟ ସୃଷ୍ଟି କରିଥିଲେ ସଂଜୟ । ପୁରୀ ପୋଲିସ ବଟି ମାଗୁଥିବା ନେଇ ଚିଠି ଲେଖି ଜଣାଇଥିଲେ । ଚିଠିରେ ଅବକାରୀ ଅଧିକ୍ଷକଙ୍କ ନାଁ ରେ ମଧ୍ୟ ବିଷ ଓଗାଳିଥିଲେ ସଂଜୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking