29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମରିବା ପରେ କ’ଣ ହୁଏ? ଜାଣନ୍ତୁ ଏହାର ରହସ୍ୟ....

ମରିବା ପରେ କ’ଣ ହୁଏ? ଜାଣନ୍ତୁ ଏହାର ରହସ୍ୟ….

ନୂଆଦିଲ୍ଲୀ: ମୃତ୍ୟୁ ହେଉଛି ଜୀବନର ଏକ ଅପ୍ରିୟ ସତ । ପୃଥିବୀ ପୃଷ୍ଠରେ ଜନ୍ମ ହେଇଛ ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଅନେକ ଥର ଚମତ୍କାର ହୋଇଥାଏ । କିଛି ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୁଅନ୍ତି । ଅନେକ ଲୋକ ମୃତ୍ୟୁକୁ ଛୁଇଁ ଫେରିଆସନ୍ତି । ଅନେକ ଲୋକ କିଛି ସେକେଣ୍ଡ ବି ମିନିଟ୍ ପାଇଁ ମରି ପୁଣି ଫେରିଆସିଥିବା ଦାବି କରିଛନ୍ତି । ଅବଶ୍ୟ ସେମାନଙ୍କ ଅନୁଭବ ଅଲଗା ଅଲଗା ଥିଲା । ଆଜି ପର୍ଯ୍ୟନ୍ତ କେହି ବି ନିଶ୍ଚିତ ଭାବେ ମରିବା ସମୟରେ କିପରି ଅନୁଭବ ହୁଏ ବୋଲି କହିନାହାନ୍ତି ।

ଅନ୍ୟପଟେ ମୃତ୍ୟୁ ପରେ କ’ଣ ହୁଏ, ଏହାକୁ ନେଇ ବି ଲୋକମାନେ ବିଭିନ୍ନ ମତ ଦିଅନ୍ତି । କେତେକ ମୃତ୍ୟୁ ପରେ ସଇତାନଙ୍କ ଦ୍ୱାରା ନିର୍ଯାତନା ଦିଆଯାଉଥିବା ଦାବି କରିଥିଲେ । ଆଉ କିଛି ଲୋକ ଏକ ଅଲଗା ଶାନ୍ତିପୂର୍ଣ୍ଣ ଜଗତ ଦେଖିବା ଦାବି କଲେ । ଡାକ୍ତର ଥୋମାସ ଫ୍ଲିସମ୍ୟାନ୍ ଏହି ବିଷୟରେ ତାଙ୍କ ଥିଓରୀ କହିଛନ୍ତି । ଡାକ୍ତର ଥୋମାସ୍ ପ୍ରାୟ ୨୦୦୦ ଲୋକଙ୍କୁ ତାଙ୍କ ଆଖି ସାମ୍ନାରେ ମରିଥିବାର ଦେଖିଛନ୍ତି । ରୋଗୀଙ୍କ ଅନୁଭବ ଆଧାରରେ ସେ ମୃତ୍ୟୁର ୫ ଟି ପର୍ଯ୍ୟାୟ କହିଛନ୍ତିି ।

୩୫ ବର୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ଜରୁରୀକାଳୀନ ଡାକ୍ତର ଥିବା ଥୋମାସ୍ ତାଙ୍କ ଆଖି ସାମ୍ନାରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଦେଖିଛନ୍ତି । ଏହା ସହ ଯେଉଁ ଲୋକମାନେ ମୃତ୍ୟୁକୁ ଛୁଇଁ ପୁନର୍ବାର ଜୀବିତ ହୋଇଥିବା ଲୋକଙ୍କର ଅନୁଭବ ମଧ୍ୟ ଜାଣିଛନ୍ତି । ଏହାକୁ ଆଧାର କରି ଡାକ୍ତର ଥୋମାସ ମୃତ୍ୟୁର ୫ଟି ପର୍ଯ୍ୟାୟ ଥିବା କହିଛନ୍ତି ।

ପ୍ରଥମ ପର୍ଯ୍ୟାୟ:-ଡକ୍ଟର ଥୋମାସଙ୍କ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିର ସମସ୍ତ ଯନ୍ତ୍ରଣା, ଚିନ୍ତା, ଭୟ ଶେଷ ହୋଇଯାଏ । ତାଙ୍କୁ କୌଣସି ଶବ୍ଦ ଶୁଣାଯାଏ ନାହିଁ ଓ ଶାନ୍ତି ଅନୁଭବ କରନ୍ତି । କିଛି ଲୋକ ମରିବା ସମୟରେ ଶାନ୍ତି ଖୁସି ଅନୁଭବ କରିଥିବା କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ :-ଡାକ୍ତର ଥୋମାସ୍ କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ଲୋକଙ୍କୁ ଅଲଗା ଅନୁଭବ ହୋଇଥାଏ । କିଛି ଲୋକ ପବନରେ ଉଡିବା ପରି ଅନୁଭବ କରନ୍ତି । ଆଉ କିଛି ଲୋକ ଶରୀର ହାଲୁକା ହେବାର ଅନୁଭବ କରନ୍ତି ।

ତୃତୀୟ ପର୍ଯ୍ୟାୟ:-ଡାକ୍ତର ଥୋମାସ୍ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟରେ ବ୍ୟକ୍ତିଙ୍କୁ ଆରାମ ଦେବା ଭଳି ଅନୁଭବ ହୋଇଥାଏ । ଏଥିରେ ୯୮ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଆରାମ ପାଇଛନ୍ତି କିନ୍ତୁ ୨ ପ୍ରତିଶତ ଲୋକ ଭୟଙ୍କର ଶବ୍ଦ, ଗନ୍ଧ ଏବଂ ଜୀବଜନ୍ତୁଙ୍କୁ ଦେଖିଥିବା କହିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ :-ଚତୁର୍ଥ ପର୍ଯ୍ୟାୟରେ ମରୁଥିବା ବ୍ୟକ୍ତି ତୀବ୍ର ଉଜ୍ଜ୍ୱଳ ଆଲୋକ ଦେଖନ୍ତି । ଅଧିକ ଉଜ୍ଜ୍ୱଳ, ଗରମ ଏବଂ ନିଜ ଆଡକୁ ଆସୁଥିବା ଆଲୋକ ଧୀରେ ଧୀରେ ଅନ୍ଧକାରରେ ପରିଣତ ହୋଇଯାଏ ।

ପଞ୍ଚମ ପର୍ଯ୍ୟାୟ :-ପଞ୍ଚମ ପର୍ଯ୍ୟାୟରେ ମୃତ୍ୟୁ ପରେ ଫେରି ଆସିଥିବା ୧୦ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ସୁନ୍ଦର ଦୁନିଆ ଦେଖିଥିଲେ । ସେଠାରେ ସୁନ୍ଦର ରଙ୍ଗ ଏବଂ ସୁନ୍ଦର ସଂଗୀତ ଥିଲା । ସେଠାରେ ପହଞ୍ଚିବା ପରେ ପ୍ରେମ ଅନୁଭବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking