26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ହୃଦଘାତରେ ଉଡ଼ିଗଲା ପ୍ରାଣବାୟୁ

ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ହୃଦଘାତରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇସ୍ଥିତ ଠାଣେରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ସ୍ୱାମୀ ହୃଦଘାତର ଶିକାର ହେବାରୁ ତାଙ୍କର ବି ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । କୁମ୍ଭାରଗଳି ପରିସରରେ ଲୋକମାନେ ଦିଲୀପ ସାଲବିଙ୍କ ଘର ଭିତରୁ ହଠାତ ଗୁଳିଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ । ଗୁଳିଶବ୍ଦ ଶୁଣି ଘର ଆଖପାଖରେ ରହୁଥିବା ଲୋକେ ସାଲବିଙ୍କ ଘରେ ପହଞ୍ଚିବା ପରେ ଦମ୍ପତ୍ତିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ସଙ୍ଗେସଙ୍ଗେ ପଡ଼ିଶାରଲୋକେ ପୁଲିସକୁ ଖବର ଦେଇ ଘଟଣା ବିଷୟରେ ଜଣାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ଡିସିପି ଗଣେଶ ଗାବଡେ କହିଛନ୍ତି, ‘ଘଟଣା ବାସ୍ତବରେ କ’ଣ ଘଟିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । କିଏ କାହା ଉପ?ରେ ଗୁଳି ଚଲାଇଛି ଯାଞ୍ଚ ଚାଲୁଛି । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ । ଯାଞ୍ଚ ଶେଷହେଲା ପରେ ଯାଇ ଘଟଣା ବିଷୟରେ କିଛି କୁହାଯାଇପାରିବ । ଏଥିସହିତ ବ୍ୟବଚ୍ଛେଦ ରିପୋର୍ଟକୁ ବି ଅପେକ୍ଷା କରାଯାଇଛି । ସ୍ଥାନୀୟ ସୂତ୍ରରୁ ପ୍ରକାଶ, ଦିଲୀପ ସ୍ତ୍ରୀଙ୍କୁ ଦୁଇଥର ଗୁଳି କରିଥିଲେ । ଏହାପରେ ରକ୍ତ?ାକ୍ତ ଅବସ୍ଥାରେ ପ୍ରମିଳା ଚଟାଣରେ ତଳେ ପଡ଼ିଥିଲେ ଆଉ ତାଙ୍କ ପ୍ରାଣବାୟୁ ଉଡ଼ି ଯ?ାଇଥିଲା । ଏହି ଘଟଣାର କିଛି ସମୟ ପରେ ସ୍ୱାମୀ ଦିଲୀପଙ୍କ ହୃଦଘାତ ହୋଇଥିଲା । ଆଉ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking