35.1 C
Bhubaneswar
Sunday, May 19, 2024
Homeଓଡିଶାସୋଆରେ ଦୁଇ ଦିନିଆ ଜାତୀୟ ନର୍ସିଂ ସମ୍ମିଳନୀ ଆୟୋଜିତ

ସୋଆରେ ଦୁଇ ଦିନିଆ ଜାତୀୟ ନର୍ସିଂ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : “ ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଆହ୍ୱାନକୁ ସଶକ୍ତ କରାଇବା” ଶୀର୍ଷକକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଓ ଓଡ଼ିଶା ଶାଖା ଟ୍ରେନ୍‌ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଏନ୍‌ଏଆଇ)ର ମିଳିତ ସହଯୋଗରେ ଶନିବାର ଏଠାରେ ଦୁଇ ଦିନିଆ ୩୦ ତମ ଜାତୀୟ ଏସ୍‌ଏନ୍‌ଏଆଇ-ବାଇନେଲ କନ୍‌ଫରେନ୍ସ -୨୦୨୩ ଆରମ୍ଭ ହୋଇଛି ।
ଗୋଟିଏ ସେବା କ୍ଷେତ୍ରରେ ନିଜକୁ ସିମିତ ନ ରଖି ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଦ୍ୱାର ନିଜର ପ୍ରତିଭାକୁ ପ୍ରତିପାଦିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା ବୋଲି କହିଥିଲେ । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ସେ କହିଥିଲେ ।
ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ରାମଚନ୍ଦ୍ର ରାଉତ କହିଥିଲେ ଡାକ୍ତରୀ ବୃତି ଓ ସ୍ୱାସ୍ଥ୍ୟସେବା ସହଜ ନୁହେଁ । ରୋଗୀ ସେବାରେ ସେବିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଡାକ୍ତର ଓ ନର୍ସ ଗୋଟିଏ ମୂଦ୍ରାର ଦୁଇଟି ପାଶ୍ୱର୍ ବୋଲି ସେ କହିଥିଲେ । ଗୋଟିଏ ଡାକ୍ତର ରୋଗୀକୁ ସେବା ଓ ଯତ୍ନ କରିବାରେ ଯେତିକି ସମୟ ଦେଇ ନ ଥାଏ ତାଠାରୁ ଯଥେଷ୍ଟ ଅଧିକ ସମୟ ବ୍ୟୟ କରିଥାଏ ନର୍ସ ।
ଏହି ଅବସରରେ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୋଳମଣୀ ପଟେଲ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ନର୍ସ , ଛାତ୍ରଛାତ୍ରୀ ଓ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସେହିପରି ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସ୍ଥିତ ଟ୍ରେନ୍‌ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଏନ୍‌ଏଆଇ) ର ସହକାରୀ ସାଧାରଣ ସଚିବ ଶ୍ରୀମତି ସଂଘମିତ୍ରା ସାୱନ୍ତ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଟିଏନ୍‌ଏଆଇର ସମ୍ପର୍କରେ ସୂଚନା ଦେବା ସହିତ ଛାତ୍ରାବସ୍ଥାରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ନିଜର ପେସାକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ସେବା, ଦୃଢ଼ ମନୋଭାବ ଏବଂ ରୋଗୀ ପ୍ରତି ଥିବା ଭଲ ପାଇବା ହିଁ ରୋଗୀକୁ ସୁସ୍ଥ କରାଇବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ ।
ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଟିଏନ୍‌ଏଆଇର ଓଡ଼ିଶା ଶାଖାର ସଭାପତି ଶ୍ରୀମତି ଫୁଲଣା କୁମାରୀ ଦେଇ, ଟିଏନ୍‌ଏଆଇ ଓଡ଼ିଶା ଶାଖାର ସଚିବ ଶ୍ରୀମତି ସଂଯୁକ୍ତା ମହାରଣା, ଏସ୍‌ଏନ୍‌ଏଆଇର ଓଡ଼ିଶା ଶାଖାର ଉପଦେଷ୍ଟା ଶ୍ରୀମତି କଲ୍ୟାଣୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking