26.1 C
Bhubaneswar
Tuesday, May 7, 2024
Homeଓଡିଶାମା’-ବାପାଙ୍କ ମୃତ୍ୟୁର ୫ ବର୍ଷ ପରେ ବି ଆରଏ ସ୍କିମରେ ମିଳିନି ଚାକିରି

ମା’-ବାପାଙ୍କ ମୃତ୍ୟୁର ୫ ବର୍ଷ ପରେ ବି ଆରଏ ସ୍କିମରେ ମିଳିନି ଚାକିରି

ଝାରସୁଗୁଡା : ମା’- ବାପାଙ୍କ ମୃତ୍ୟୁର ପ୍ରାୟ ୫ ବର୍ଷ ବିତି ସାରିଥିଲେ ମଧ୍ୟ ପୁଅକୁ ଆରଏ ସ୍କିମରେ ଚାକିରୀ ଖଣ୍ଡିଏ ଏଯାଏଁଁ ମିଳିନାହିଁ । ଚାକିରି ଆଶାରେ ପୁଅ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିଦୌଡି ନିୟାନ୍ତ ହେଲେଣି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁଖୋଲ ପଞ୍ଚାୟତର ସାଗରପଲି ଗ୍ରାମରେ । ସାଗରପାଲି ଗ୍ରାମର ମାନସ ରଞ୍ଜନ ବେହେରା (୨୯)ଙ୍କ ଗତ ୨୦୧୫ ମସିହାରେ ମା ଏବଂ ୨୦୧୮ ମସିହାରେ ବାପା ପ୍ରାଣ ହରାଇଛନ୍ତି । ମାନସଙ୍କ ମାଁ ସ୍ୱର୍ଗତ ସଞ୍ଜୁଳତା ନାୟକ ରାଜପୁରସ୍ଥିତ ସରକାରୀ ଏନଏମ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଥିଲେ । ସେହିପରି ତାଙ୍କ ବାପା ମଧ୍ୟ ପଂଚାଗାଁ ସ୍ଥିତ ମହିମା କଲେଜରେ ହେଡ କ୍ଲର୍କ ଭାବରେ କାର୍ଯ୍ୟ କରୁଥିଲେ । ତେବେ ମାତା ପିତାଙ୍କର ଅ।।କସ୍ମିକ ବିୟୋଗରେ ମାନସ ଅସହାୟ ହୋଇପଡିଛନ୍ତି । ଅନ୍ୟପଟେ ତାଙ୍କ ମାଙ୍କ ମୃତ୍ୟୁ ପରେ ସରାକାରୀ ନିୟମ ଅନୁଯାୟୀ, ଆରଏ ସ୍କିମରେ ତାଙ୍କୁ ଚାକିରି ଖଣ୍ଡିଏ ମିଳିବା କଥା, ହେଲେ ତାହା ମଧ୍ୟ ଦୀର୍ଘ ୫ ବର୍ଷ ହେବ ମିଳିନାହିଁ ବୋଲି ମାନସ କହିଛନ୍ତି । ସେ ଚାକିରି ପାଇଁ ସମସ୍ତ ପ୍ରକାର କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା କରିଥିଲେ ହେଁ ଦୀର୍ଘ ୫ ବର୍ଷ ହେଲାଣି କୌଣସି ସୁଫଳ ମିଳିିନାହିଁ ବୋଲି ମାନସ କହିଛନ୍ତି । ଅନ୍ୟପଟେ ସେ ଚାକିରି ଆଶାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ସାରଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ସରକାର ଲୋକଙ୍କ ପାଇଁ ନିୟମ କରିଛନ୍ତି, ହେଲେ ବିଭାଗୀୟ ଅବହେଳା ଯୋଗୁଁ ଅନେକ ଲୋକ ଉପକୃତ ହୋଇ ପାରୁ ନହାନ୍ତି । ନିଜ ହକ୍ ପାଇ ପାରୁ ନାହାନ୍ତି । ସେଥି ମଧ୍ୟରେ ସେ ମଧ୍ୟ ଜଣେ ବୋଲି ମାନସ କହିବା ସହ ଶୀଘ୍ର ଆରଏ ସ୍କମିରେ ତାଙ୍କ ଚାକିରି ହେଲେ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜକୁ ପଚାରିବାରୁ କହିଛନ୍ତି ମାନସ ଆଜି ଆସି ତାଙ୍କୁ ସାକ୍ଷାତ କରିଥିଲେ । ଏବଂ ସେ ତାଙ୍କର ଅଭିଯୋଗ ଶୁଣିବାସହ ତାଙ୍କର ଫାଇଲ ପତ୍ର ତଦାରଖ କରିଛନ୍ତି । ତାଙ୍କୁ ଚାକିରି ପ୍ରଦାନ କରାଯିବା ନେଇ ସମସ୍ତ ମାନଦଣ୍ଡ ଯାଞ୍ଚ ପ୍ରକ୍ରିୟ ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବାପରେ ସରକାରଙ୍କ ନିୟମ ଅନୁଯାୟୀ ମାନସଙ୍କୁ ଚାକିରି ମିଳିବବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking