34.1 C
Bhubaneswar
Wednesday, May 1, 2024
Homeଓଡିଶାରାଜ୍ୟରେ ଆଉ ୧୩୧୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୧୩୧୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୪ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୩୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୬୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୪୩, ବରଗଡ଼ ୨, ଭଦ୍ରକ ୪୯, ବଲାଙ୍ଗୀର ୪, ବୌଦ୍ଧ ୪, କଟକ ୧୯୮, ଦେବଗଡ଼ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୧୧, ଜଗତସିଂହପୁର ୫୩, ଯାଜପୁର ୮୯, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨୮, କେନ୍ଦୁଝର ୧୩, କୋରାପୁଟ ୬, ମାଲକାନଗିରି ୫, ମୟୂରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ଼ ୨୫, ନୂଆପଡ଼ା ୬, ପୁରୀ ୬୭, ରାୟଗଡ଼ା ୧୨, ସମ୍ୱଲପୁର ୨୩, ସୋନପୁର୮, ସୁନ୍ଦରଗଡ଼୧୬ ଏବଂ ଷ୍ଟେଟ୍ ପୁଲ୍‌ରୁ ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୬୨ ହଜାର ୮୮ ରହିଥିବା ବେଳେ ୧୩ ହଜାର ୮୭୨ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking