39.1 C
Bhubaneswar
Friday, April 26, 2024
Homeମହା ଶିବରାତ୍ରୀ୩୦ ବର୍ଷ ପରେ ମହାଶିବରାତ୍ରିରେ ପଡୁଛି ଦୁର୍ଲଭ ସଂଯୋଗ; ଜାଣନ୍ତୁ ବିଧି

୩୦ ବର୍ଷ ପରେ ମହାଶିବରାତ୍ରିରେ ପଡୁଛି ଦୁର୍ଲଭ ସଂଯୋଗ; ଜାଣନ୍ତୁ ବିଧି

ଅଯୋଧ୍ୟା: ଫଗୁଣ ମାସ କୃଷ୍ଣ ପକ୍ଷର ଚତୁର୍ଥୀ ତିଥିକୁ ପ୍ରତିବର୍ଷ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ଏହି ପବିତ୍ର ତିଥିକୁ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହର ତିଥି ବୋଲି ଧାର୍ମିକ ମାନ୍ୟତା ରହିଛି । ମହାଶିବରାତ୍ରି ତିଥିରେ ଶିବଭକ୍ତମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତି ସହିତ ଭଗବାନ ଭୋଳାନାଥ ଏବଂ ଦେବୀ ପାର୍ବତୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ତେବେ ଚଳିତବର୍ଷ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଅନେକ ଗୁଡିଏ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଏଥିମଧ୍ୟରୁ ଅନେକ ସଂଯୋଗ ଦୀର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିବ । ତେଣୁ ଏହିବର୍ଷ ଶିବ ମନ୍ଦିରରେ ପୂଜାର୍ଚ୍ଚନା ଦ୍ୱାରା ମନସ୍କାମନା ପୂରଣ ହେବ ।

ଏହି ଦିନ କୁମ୍ଭ ରାଶିରେ ଅସ୍ତ ରହିବେ ଶନିଦେବ । ମହାଶିବରାତ୍ରିର କାଳଖଣ୍ଡରେ ଶନି ଏବଂ ସୂର୍ଯ୍ୟଦେବ ଅର୍ଥାତ ପିତା-ପୁତ୍ରଙ୍କର ମିଳନ ହେବାକୁ ଯାଉଛି । ଏହାବ୍ୟତୀତ ଶୁକ୍ର ମଧ୍ୟ ଉଚ୍ଚ ରାଶିରେ ଅବସ୍ଥାପନ କରିବେ । ଏହି ଦିନ ପ୍ରଦୋଷ କାଳ ମଧ୍ୟ ରହିବ । ଏହି କାରଣରୁ ମହାଶିବରାତ୍ରୀ ଫେବୃଆରୀ ୧୮ ତାରିଖ ରାତ୍ର ୮ଟାରୁ ଆରମ୍ଭ ହୋଇ ୧୯ ତାରିଖ ସନ୍ଧ୍ୟା ୪.୨୦ ପର୍ଯ୍ୟନ୍ତ ରହିବ । ଏହି ମହାଶିବରାତ୍ରି ଭଗବାନ ଶିବଙ୍କ ଉପାସନା କରୁଥିବା ଭକ୍ତମାନଙ୍କ ପାଇଁ, ଯାହା ବେଶ କଲ୍ୟାଣକାରୀ ଏବଂ ଶୁଭଙ୍କର ହୋଇଥାଏ ।

ତେବେ ଏହି ତିଥିରେ ସତ୍ୟ ଚେତନାରୁ ପ୍ରଭୁ ଭୋଳାନାଥଙ୍କର ଉପାସନା କରନ୍ତୁ, ବେଲପତ୍ରରେ ରାମ ନାମ ଲେଖି ପ୍ରତିଷ୍ଠିତ ଶିବାଳୟରେ ଅର୍ପଣ କରନ୍ତୁ । ଏହାବ୍ୟତୀତ ଭଗବାନ ଶିବଙ୍କ ଜପ କରନ୍ତୁ । ତେବେ ମହାଶିବରାତ୍ରିର ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ପରେ ଶିବାଳୟକୁ ଯାଇ ଶିବ ଆରାଧନା କରନ୍ତୁ । ବେଲପତ୍ର, ଭାଙ୍ଗ ଏବଂ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking