32.1 C
Bhubaneswar
Friday, April 26, 2024
Homeଓଡିଶାବିବାହର ୩ମାସ ପୂର୍ତ୍ତି ପାଳିବାକୁ ଘରକୁ ଫେରୁଥିଲେ; ଅଜଣାଗାଡ଼ି ଧକ୍କାରେ ଡାକ୍ତର ମୃତ

ବିବାହର ୩ମାସ ପୂର୍ତ୍ତି ପାଳିବାକୁ ଘରକୁ ଫେରୁଥିଲେ; ଅଜଣାଗାଡ଼ି ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର: ଫାୟାର ଷ୍ଟେସନ ଛକ ନିକଟସ୍ଥ ସିଆରପିଏଫ୍ କ୍ୟାମ୍ପସ ଗେଟ୍ ନଂ-୨ରେ ସାମ୍ନାରେ ଏକ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେ ହେଲେ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କଲୋନୀର ମନୋଜ କୁମାର ଓମ୍‌କାର । ମନୋଜ ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଭାବେ କାର୍ଯ୍ୟରତ । ଗତ ଫେବୃଆରୀ ୨୮ରେ କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ । ବିବାହକୁ ୩ ମାସ ପୂର୍ତ୍ତି ଉପଲକ୍ଷେ ସେ ଘରକୁ ଫେରୁଥିଲେ । ସେଲିବ୍ରେସନ ପାଇଁ ଡାକ୍ତର ଦମ୍ପତି ଯୋଜନା କରିଥିଲେ ।

ଏଥିପାଇଁ କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ସବୁ ପ୍ରସ୍ତୁତି । ହେଲେ ଆଗୁଆ ପହଞ୍ଚି ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ରାତି ୧୨ଟା ୧୫ରେ ବାଇକରେ ମନୋଜ କ୍ୱାର୍ଟର୍ସରୁ ବାହାରିଥିଲେ । ହେଲେ ତାଙ୍କ ସରପ୍ରାଇଜ୍‌, ସରପ୍ରାଇଜ୍ ହୋଇ ରହିଗଲା । ଦଇବ ଏମିତି ଦାଉ ସାଧିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ରାତି ପ୍ରାୟ ୧୨ରୁ ୧୨ଟା ୩୦ ସମୟରେ ସିଆରପିଏଫ୍ କ୍ୟାମ୍ପସ ଗେଟ୍ ନଂ-୨ରେ ସାମ୍ନାରେ ତାଙ୍କ ବାଇକକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣାର ଖବରକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନଥିବାବେଳେ ଏନେଇ ବାପା ପ୍ରଦୀପ ଓମ୍‌କାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking