34.1 C
Bhubaneswar
Thursday, May 9, 2024
Homeଓଡିଶାସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଏଣ୍ଡୋସ୍କୋପିକ୍ ସର୍ଜରୀ ଦ୍ୱାରା ସୁସ୍ଥ ହେଲେ ଆଫ୍ରିକୀୟ ରୋଗୀ

ସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଏଣ୍ଡୋସ୍କୋପିକ୍ ସର୍ଜରୀ ଦ୍ୱାରା ସୁସ୍ଥ ହେଲେ ଆଫ୍ରିକୀୟ ରୋଗୀ

ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ସର୍ଜନମାନେ ଏଣ୍ଡୋସ୍କୋପିକ୍ ସର୍ଜରୀ ଦ୍ୱାରା ଜଣେ ୮୦ବର୍ଷୀୟ ଆଫ୍ରିକୀୟ ବ୍ୟକ୍ତିଙ୍କ ଠାରେ ସଫଳତାର ସହ ଚିକିତ୍ସା କରିଛନ୍ତି । ଏହି ବୃଦ୍ଧ ଜଣକ କାମେରୁନ୍‌ର ସୁପ୍ରିମକୋର୍ଟ ର ପୂର୍ବତନ ବିଚାରପତି ଶ୍ରୀ ଜୋସେଫ୍ ୟୋମସି । ସେ ମୁଣ୍ଡବ୍ୟଥା ଏବଂ ନାକ ଅବରୋଧ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲେ ।

ଏହା ସାଇନସ୍ ରୋଗର ଲକ୍ଷଣ ବୋଲି ଜଣାପଡିଥିଲା । ଏଭଳି ରୋଗରେ ପୀଡ଼ିତ ଶ୍ରୀ ୟୋମସି ନାକ ଅବରୋଧ , ତଥା ନ୍ଧଳ ଜନିତ ସମସ୍ୟା, ଶ୍ୱାସକ୍ରିୟା ରେ ଅସୁବିଧା , ଶୋଇବାରେ ସମସ୍ୟା, ସ୍ନାନ କରିବା ଏବଂ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସେ ଡାକ୍ତରଖାନାକୁ ଆସିଥିଲେ । ଇମେଜିଂ ଏବଂ ଏଣ୍ଡୋସ୍କୋପିକ୍ ସର୍ଜରୀ ମାଧ୍ୟମରେ ଏହି ଅବସ୍ଥାରେ ସଫଳ ଚିକିତ୍ସା କରାଯାଇଥିଲା ବୋଲି ସମ୍ମମ୍‌ର ସିନିୟର କନ୍‌ସଲ୍‌ଟାଂଟ ତଥା ଇଏନ୍‌ଟି ଏବଂ ସ୍କଲ୍ ବେସ୍ ସର୍ଜରୀର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି । ରୋଗୀ ଙ୍କ ବୟସକୁ ଦୃଷ୍ଟିରେ ରଖି ଏହି ସର୍ଜରୀକୁ ନାକ ସହକାରେ କରାଯାଇଥିଲା । ହସ୍ପିଟାଲରେ ହେଉଥିବା ସଫଳ ଅସ୍ତେ୍‌ାପଚାର , ତୁଳନାତ୍ମକ ଭାବେ କମ ଖର୍ଚ୍ଚ ଏବଂ ଉତ୍କୃଷ୍ଟ ତତା ଆଧୁନିକ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଅନେକ ସଂଖ୍ୟାରେ ବିଦେଶୀ ଓ ଏନଆରଆଇ ବ୍ୟକ୍ତିମାନେ ସମ୍ମମ୍‌ରେ ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking