29.1 C
Bhubaneswar
Thursday, May 9, 2024
Homeଓଡିଶାସୋଆ ଆଇଏଏସ୍ କୁ ମିଳିବ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ

ସୋଆ ଆଇଏଏସ୍ କୁ ମିଳିବ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍‌( ଆଇଏଏସ୍‌) କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯିବ । ୨୦୧୩ ମସିହାରେ ପ୍ରତିଷ୍ଠିତ ଏହି କୃଷି ମହାବିଦ୍ୟାଳୟର ସବୁ ବିଭାଗରେ ସ୍ନାତକ, ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାଦାନ ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନ ସମ୍ବଳିତ ଗବେଷଣା ଓ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ । ରାଜ୍ୟର ଏକ ପ୍ରମୁଖ କୃଷି ମହାବିଦ୍ୟାଳୟ ଭାବେ ଆଇଏଏସ୍ ସୁନାମ ଅର୍ଜନ କରିପାରିଛି । ଉନ୍ନତ ମାନର ଶିକ୍ଷା ପ୍ରଣାଳୀ ସହିତ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ବିକାଶ ଦିଗରେ ମଧ୍ୟ ପଦକ୍ଷେପ ନେଇ ଏହି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ କହିଛନ୍ତି । ଏହି ସଫଳତା ପାଇଁ କୃଷି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟପିକା ଓ ଛାତ୍ରଛାତ୍ରୀ ପ୍ରଫେସର ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟ ସ୍ତରରେ ମିଳିବାକୁ ଯାଉଥିବା ଏହି ସମ୍ମାନ ଓ ସଫଳତା ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ଉଦ୍ୟମ ଓ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking