32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଚାକିରି: ସୁପ୍ରିମକୋର୍ଟ

ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଚାକିରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଚାକିରି । ରାଜସ୍ଥାନ ସରକାରଙ୍କର ଏହି ନିୟମକୁ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ପୂର୍ବରୁ ପଲିସିରେ ରହିଛି ଏବଂ ଏଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଚାକିରି ପ୍ରଦାନ ନକରିବା ଭେଦଭାବ ନୁହେଁ । ପରିବାର ନିୟୋଜନକୁ ପ୍ରୋତ୍ସାହିତ କରିବା ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ । ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୁପ୍ରିମକୋର୍ଟ ଏହି ନିୟମକୁ ସବୁଜ ସଙ୍କେତ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହି ନିୟମ ପୂର୍ବରୁ ପଲିସିରେ ରହିଛି ।

ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ୩ଜଣିଆ ବେଞ୍ଚ ୨୦୨୨ମସିହାରେ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ପୂର୍ବତନ ସେନାର ଜଣେ ଯବାନ ରାମଜୀଲାଲ ଜଟଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ୨୦୧୭ ମସିହା ଜାନୁୟାରୀ ୩୧ ତାରିଖରେ ପ୍ରତିରକ୍ଷା ସେବାରୁ ଅବସର ନେବା ପରେ ରାମଜୀଲାଲ ଜଟ ୨୦୧୮ମସିହା ମେ’ ୨୫ରେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ପଦ ପାଇଁ ଆବେଦନ କରିଥିଲେ । ରାଜସ୍ଥାନ ପୋଲିସ୍ ବୋର୍ଡ ସେବା ନିୟମ, ୧୯୮୯ର ନିୟମ ୨୪ (୪) ଅନୁଯାୟୀ ତାଙ୍କ ପ୍ରାର୍ଥୀତ୍ୱ ପ୍ରତ୍ୟାଖ୍ୟାନ କରାଯାଇଥିଲା । ୨୦୦୨ ଜୁନ ୧ପରେ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିବାରୁ ସେ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବୋଲି ଦର୍ଶାଯାଇଥିଲା । ଏହି ନିୟମରେ ଦର୍ଶାଯାଇଛି ଯେ ୨୦୦୨ ଜୁନ ୧ ପରେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ନିଯୁକ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ । ବେଞ୍ଚ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟତା ସର୍ତ୍ତ ଭାବେ ଏହି ସମାନ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ଯାହା ସୁପ୍ରିମକୋର୍ଟଙ୍କ ଦ୍ୱାରା ସଂରକ୍ଷିତ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking