32.1 C
Bhubaneswar
Thursday, May 9, 2024
Homeଅପରାଧସାମାନ୍ୟ ବଚସାରୁ ସାଙ୍ଗକୁ ମାରି ପୋତିଦେଲେ ସାଙ୍ଗ

ସାମାନ୍ୟ ବଚସାରୁ ସାଙ୍ଗକୁ ମାରି ପୋତିଦେଲେ ସାଙ୍ଗ

ନୂଆଦିଲ୍ଲୀ: ସାମାନ୍ୟ ବଚସାରୁ ସାଙ୍ଗକୁ ମାରି ପୋତିଦେଲେ ସାଙ୍ଗ । ଆଉ ପୋଲିସକୁ ଭ୍ରମିତ କରିବାପାଇଁ ଅପହରଣର ମିଛ ନାଟକ ରଚି ଫୋନ୍ କଲେ । ନୋଏଡ଼ାର ଜଣେ ବିବିଏ ଛାତ୍ର ନିଖୋଜ ମାମଲାର ତଦନ୍ତ କରିବା ପରେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ପାର୍ଟିରେ ପାଟିତୁଣ୍ଡ ହେବା ପରେ ଏପରି କାଣ୍ଡ ଭିଆଇଛନ୍ତି ଛାତ୍ରମାନେ । ସୂଚନା ଅନୁସାରେ, ମୃତ ଛାତ୍ର ଉତ୍ତର ପ୍ରଦେଶ ଅମରୋହାର ୟଶ ମିତ୍ତଲ । । ୟଶ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ବିବିଏ କରୁଥିଲେ । ସୋମବାରଠାରୁ ସେ ନିଖୋଜ ଥିଲେ । କେହି ତାଙ୍କୁ ଅପହରଣ କରି ୬କୋଟି ଟଙ୍କା ଦାବି କରୁଥିବା ୟଶଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ପରେ ପୋଲିସ ୟଶଙ୍କର ଜଣେ ସାଙ୍ଗଙ୍କୁ ଉଠାଇଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମନାକୁ ଆସିଛି । ଗ୍ରେଟର ନୋଏଡା ପୋଲିସର ସୂଚନା ଅନୁସାରେ, ଫେବୃଆରୀ ୨୬ରେ ୟଶ ତାଙ୍କ ସାଙ୍ଗ ରଚିତ, ଶିବମ, ସୁଶାନ୍ତ ଏବଂ ସୁମିତଙ୍କ ସହ ଗଜ୍ରାଉଲାର ଏକ ଫାର୍ମହାଉସକୁ ପାର୍ଟି କରିବାକୁ ଯାଇଥିଲେ । ସେଠାରେ ସେମାନଙ୍କ ଭିତରେ ପାଟିତୁଣ୍‌ତ ହୋଇଥିଲା । ଏହାପରେ ସେମାନେ ୟଶଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ସେଠାରେ ଗାତ ଖୋଳି ପୋତି ଦେଇଥିଲେ ।

ହତ୍ୟା ପରେ ଅଭିଯୁକ୍ତମାନେ ୟଶଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ପରିବାର ଲୋକଙ୍କୁ ଅପହରଣ ହୋଇଥିବା ନେଇ ବାର୍ତ୍ତା ପଠାଇଥିଲେ ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ୬କୋଟି ଟଙ୍କା ମାଗିଥିଲେ । ଦାଦ୍ରି ପୋଲିସ ଏବଂ ସ୍ୱାତ୍ ଟିମ୍ ୟଶ ମିତ୍ତଲଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ମାମଲାରେ ଗ୍ରେଟର ନୋଏଡା ଡିସିପି ସଦମିୟା ଖାନ କହିଛନ୍ତି, ଗତବର୍ଷ ନଭେମ୍ବରରେ ୟଶ ରଚିତ, ଶୁଭମ୍‌, ସୁଶାନ୍ତ ଏବଂ ସୁମିତଙ୍କ ସହ ବନ୍ଧୁତା କରିଥିଲେ । ସେମାନେ ବାରମ୍ୱାର ପାର୍ଟି କରୁଥିଲେ । ହତ୍ୟା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣ ଏବେବି ଫେରାର୍ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking