ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ….
୧) ବରିଷ୍ଠ ଓଏଏସ୍ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି
୨) ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ
୩) ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି
୪) ଓଏଏସ୍ ସମ୍ବିତ କୁମାର ଗଡ଼ନାୟକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ
୫) ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ
୬) ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲ୍ଲାପାଳ
୭) ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ପ୍ରସନ୍ନ କୁମାର ପାତ୍ର , ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ଦତ୍ତ ନାୟକ ଓ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଥିବା ଓଏଏସ୍ ସୁବ୍ରତ କୁମାର ଜେନାଙ୍କ ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ କରି ସେମାନଙ୍କୁ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।