27.1 C
Bhubaneswar
Saturday, July 27, 2024
Homeଓଡିଶା୮ ପ୍ରସ୍ତାବରେ କ୍ୟାବିନେଟ ମୋହର; ନିୟମିତ ହେବେ ୫୦୪ ଠିକା ଅଙ୍ଗନୱାଡ଼ି ସୁପରଭାଇଜର

୮ ପ୍ରସ୍ତାବରେ କ୍ୟାବିନେଟ ମୋହର; ନିୟମିତ ହେବେ ୫୦୪ ଠିକା ଅଙ୍ଗନୱାଡ଼ି ସୁପରଭାଇଜର

– ରାଜ୍ୟ ସରକାର ୧୮.୫୧ କୋଟି ଟଙ୍କା ବ୍ୟୟ କରିବେ
– ସ୍ୱାସ୍ଥ୍ୟସେବାରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ
– ରେଡିଓଗ୍ରାଫର ସେବାର ସମୁଦାୟ ପଦବୀ ସଂଖ୍ୟା ୧୧୬୦
– ଫାର୍ମସୀ ସେବା ସଂବର୍ଗର ସମୁଦାୟ ପଦବୀ ସଂଖ୍ୟା ୫୦୦୯

ଭୁବନେଶ୍ୱର: ରାଜ୍ୟ ସରକାର ୫୦୪ ଠିକା ଅଙ୍ଗନୱାଡ଼ି ସୁପରଭାଇଜର ନିୟମିତ ହେବେ । ଗାଁ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ କାମ କରିବେ । ଏଥିପାଇଁ ରାଜ୍ୟ ସରକାର ୧୮.୫୧ କୋଟି ଟଙ୍କା ବ୍ୟୟ କରିବେ । ସେହିପରି ଓଡ଼ିଶା ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ବର୍ଗର ପୁନର୍ଗଠନ ଓ ଚାକିରୀ ସର୍ତ୍ତାବାଳୀ-୨୦୨୯ର ପୁନଃ ସଂଶୋଧନ ହେବ । ଏଥିରେ ପଦବୀ ସଂଖ୍ୟା ୬୫୩୮ରୁ ୧୨୩୪୧କୁ ବୃଦ୍ଧି କରାଯିବ । ଏମିତି ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ନିର୍ବାଚନ ମୁଣ୍ଡ ଉପରେ ଥିବାର ରାଜ୍ୟ ସରକାର ଗାଁ ଗହଳିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଭଳି ଗୁଣାତ୍ମକ ସେବା ମିଳିବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ।

ଗୁରୁବାର ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ । ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୋଟ୍ ଆଠଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ବୋଲି ସୂଚନା ଦେଇଥିଲେ । ଶ୍ରୀ ଜେନା କହିଥିଲେ, ଆଠ ପାରିତ ପ୍ରସ୍ତାବ ଭିତରେ ସ୍ୱାସ୍ଥ୍ୟ ବିଭାଗର ୬ଟି, ଜଳସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ କରି ପ୍ରସ୍ତାବ ଅନ୍ତର୍ଭୁକ୍ତ ରହିଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରି ନିୟମିତକରଣ ପ୍ରସ୍ତାବକୁ ଓଡିଶା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି । ସେମାନଙ୍କ ନିୟମିତକରଣ, ଅତ୍ୟାବଶ୍ୟକ ସେବାଗୁଡ଼ିକର ନିରନ୍ତର ବିତରଣ ତଥା ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) କାର୍ଯ୍ୟକ୍ରମ ଅଧୀନରେ ଥିବା ସମାଜର ଅସୁରକ୍ଷିତ ଶିଶୁ ଓ ମହିଳାଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ସେମାନଙ୍କ ସଂଘ ଜରିଆରେ ମିଳିଥିବା ଦାବିପତ୍ର ଇଣ୍ଟର ମିନିଷ୍ଟରିଆଲ କମିଟିକୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିୟମିତ କରିବାକୁ ବିଚାର କରାଯାଉଛି । ରାଜ୍ୟ ସରକାରଙ୍କୁ ବାର୍ଷିକ ୧୮.୫୧ କୋଟି ଅତିରିକ୍ତ ଆର୍ôଥକ ବୋଝ ବହନ କରିବାକୁ ହେବ । ଏଭଳି ନିୟମିତକରଣ ଦ୍ୱାରା ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ ନିଷ୍ଠାର ସହ ସୁପରଭାଇଜର ଭାବେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣିତ ହେବେ, ଯାହା ବିକାଶରେ ସହାୟକ ହେବ । ଏହା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ଉପରେ ସକାରାତ୍ମକ ପ୍ରଭାବ ପକାଇବ ଓ ସେମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବ ।

ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶା ରେଡିଓଗ୍ରାଫର ସେବା ସଂବର୍ଗ ପୁନର୍ଗର୍ଠନ ଓ ଓଡ଼ିଶା ରେଡିଓଗ୍ରାଫର ବୋ ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତ୍ତାବଳୀ ୨୦୧୯ର ପୁନଃ ସଂଶୋଧନ ହେବ । ଓଡ଼ିଶା ରେଡିିଓଗ୍ରାଫର ସେବା ବର୍ଗର ୬୬୫ଟି ମୂଳ ପଦବୀରୁ ୪୦ଟି ପଦବୀ ଉଚ୍ଛେଦ କରାଯାଇ ୪୭୯ଟି ନୂତନ ପଦବୀ ପଦୋନ୍ନତି ଭତ୍ତିକ ପଦବୀ ବୃଦ୍ଧି କରାଯାଇ ସମଦାୟ ପଦବୀ ସଂଖ୍ୟା ୧୧୬୦ କରାଯାଇଛି ।

ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶା ଲୋବେରେଟୋରୀ ଟେକ୍ନିସିଆନ ସେବା ବର୍ଗ ପୁନର୍ଗଠନ ଓ ଓଡ଼ିଶା ଲେବୋରେଟୋରୀ ଟେକ୍ନିସିଆନ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତ୍ତବଳୀ-୨୦୨୯ର ପୁନଃ ସଂଶୋଧନ ହୋଇଛି । ଏହି ବର୍ଗର ୨୨୩୫ ମୂଳ ପଦବୀରୁ ୭୯୦ପଦବୀ ଉଚ୍ଛେଦ କରାଯାଇ ୧୦୩୦ଟି ନୂତନ ପଦବୀ ପଦୋନ୍ନତି ଭତ୍ତିକ ପଦବୀ ବୃଦ୍ଧି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୨୫୮୧ କରାଯାଇଛି । ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ୩୭ କୋଟି ୫୭ ଲକ୍ଷ ଟଙ୍କା ହେବ । ଅନ୍ୟପକ୍ଷରେ ଓଡ଼ିଶା ନର୍ସିଂ ସେବା ସଂବର୍ଗର ପୁନର୍ଗଠନ ଓ ଓଡ଼ିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତ୍ତାବଳୀ-୨୦୨୯ର ପୁନଃ ସଂଶୋଧନ ହେବ । ଏହି ସେବା ବର୍ଗର ୨୮,୨୮୫ଟି ମୂଳ ପଦବୀରୁ ୧୧,୯୪୩ଟି ପଦବୀ ଉଚ୍ଛେଦ କରାଯାଇ ୭,୯୯୭ଟି ନୂତନ ପଦବୀ ପଦୋନ୍ନତି ଭତ୍ତିକ ପଦବୀ ବୃଦ୍ଧି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୨୮,୬୮୪ କରାଯାଇଛି । ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ୨୪୫ କୋଟି ଟଙ୍କା ହେବ । ଓଡ଼ିଶା ଫାର୍ମସୀ ସେବା ସଂବର୍ଗ ଓ ଓଡ଼ିଶା ଫାର୍ମସୀ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତ୍ତାବଳୀ ୨୦୧୯ର ପୁନଃ ସଂଶୋଧନ ହୋଇଛି । ଏହି ବର୍ଗର ୩୪୯୦ ମୂଳ ପଦବୀରୁ ୭୯୨ ପଦବୀ ଉଚ୍ଛେଦ କରାଯାଇ ୧୬୨୨ଟି ନୂତନ ପଦବୀ ପଦୋନ୍ନତି ଭତ୍ତିକ ପଦବୀ ବୃଦ୍ଧି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୫୦୦୯ କରାଯାଇଛି । ପୁନର୍ଗଠନ ପ୍ରକ୍ରିୟାରେ ବାର୍ଷିକ ଅତିରିକ୍ତ ବ୍ୟୟଭାର ପ୍ରାୟ ୮୩ କୋଟି ୩୬ ଲକ୍ଷ ଟଙ୍କା ହେବ । ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକଙ୍କ ସୂଚନା ଦେବା ବେଳେ ମୁଖ୍ୟଶାସନ ସଚିବଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking