30.1 C
Bhubaneswar
Thursday, May 9, 2024
Homeଅପରାଧସ୍ୱାମୀର ବର୍ବରକାଣ୍ଡ; ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍ କଲା ପିଶାଚ ସ୍ୱାମୀ

ସ୍ୱାମୀର ବର୍ବରକାଣ୍ଡ; ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍ କଲା ପିଶାଚ ସ୍ୱାମୀ

ନୂଆଦିଲ୍ଲୀ:  ସ୍ୱାମୀର ବର୍ବରକାଣ୍ଡ, ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍ କଲା ପିଶାଚ ସ୍ୱାମୀ । ଏତିକିରେ ସରିଲାନି କାଣ୍ଡ, ଶେଷରେ ସ୍ତ୍ରୀକୁ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କଲା । ଭିଡ଼ିଓରେ ମୃତ ସ୍ତ୍ରୀ ପାଖରେ ବସି କ୍ଷାମା ମଧ୍ୟ ମାଗିଲେ । ତାଙ୍କ ସ୍ତ୍ରୀର ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବାରୁ ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଭିଡ଼ିଓରେ । ସୂଚନା ଅନୁସାରେ ହ୍ୱାଟ୍ସଆପ୍ ଗ୍ରୁପରେ ଭିଡିଓ ପକାଇଥିଲା ଅଭିଯୁକ୍ତ ସ୍ୱାମୀ ।

ପରେ ପୋଲିସ କଣ୍ଟ୍ରୋଲ ରୁମକୁ ନିଜେ ଫୋନ କରି ତାଙ୍କ ପତ୍ନୀଙ୍କୁ ସେ ନିଜେ ମାରିଛନ୍ତି ବୋଲି ସ୍ୱୀକାର କରିଥିଲା । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଜଣେ ୧୭ ବର୍ଷର ଝିଅ ଓ ଆଉ ଜଣେ ୧୦ ବର୍ଷର ପୁଅ । ଘଟଣାଟି ରାଜକୋଟ୍ ଅଞ୍ଚଳରେ ଘଟିଛି । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଜିରୋଲି ଜଣେ ଠିକାଦାର ଭାବେ କାମ କରୁଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତାଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ କରିଛି । ଏହି ଦମ୍ପତି ଦୁହେଁ ସୋଲାପୁରର ମୂଳ ବାସିନ୍ଦା, କିନ୍ତୁ ଉଭୟ ୨୦୦୩ରୁ ରାଜକୋଟରେ ରହି ଆସୁଥିଲେ ।

ପ୍ରାଥମିକ ଅନୁସନ୍ଧାନରୁ ଯାହା ଜଣାପଡିଛି, ଏହି ଦମ୍ପତିଙ୍କ ମଧ୍ୟରେ ରାତି ପ୍ରାୟ ୨ଟାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଠିକାଦାର ସ୍ୱାମୀ ଜିରୋଲି ତାଙ୍କ ପତ୍ନୀଙ୍କ ମୁଣ୍ଡକୁ ଏକ ଭାରି ଜିନିଷରେ ପିଟି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । କିଛି ସମୟ ପରେ, ଜିରୋଲି ତାଙ୍କ ପତ୍ନୀଙ୍କର ମୃତ ଶରୀର ପାଖରେ ବସି ମୋବାଇଲ୍‌ରେ ଭିଡ଼ିଓ ରେକର୍ଡ କରିଥିଲେ । ଜିରୋଲି ଏହି ଭିଡିଓକୁ ତାଙ୍କ ସୋସାଇଟ୍‌ର ଥିବା ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରିଥିଲେ । ଭିଡ଼ିଓରେ ଅଭିଯୁକ୍ତ ଜଣକ ତାଙ୍କର ଭୁଲ୍‌?କୁ ସ୍ୱୀକାର କରି କ୍ଷମା ମାଗୁଥିବାର ନଜର ଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ସ୍ତ୍ରୀର ଅନ୍ୟ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବାରୁ ମୁଁ ତାଙ୍କୁ ହତ୍ୟା କରିଛି । ଏଥି ପାଇଁ ମୁଁ ତାଙ୍କୁ ବୁଝାଇବା ଚେଷ୍ଟା କରିଥିଲି କିନ୍ତୁ ସେ ବୁଝିନଥିଲେ ବୋଲି ଭିଡ଼ିଓରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking