29.1 C
Bhubaneswar
Thursday, May 9, 2024
Homeଅପରାଧବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ; ଶେଷରେ କ’ଣ ହେଲା ଜାଣନ୍ତୁ....

ବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ; ଶେଷରେ କ’ଣ ହେଲା ଜାଣନ୍ତୁ….

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହଲଦୱାନୀ ହିଂସା ଘଟଣା ଏଯାଏ ମନରୁ ଲିଭିନି । ହିଂସାକାଣ୍ଡରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଏବେ ଏବେ ମୃତକଙ୍କ ସଂଖ୍ୟା ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ମୃତକଙ୍କ ମଧ୍ୟରୁ ୫ଜଣଙ୍କର ହିଂସାରେ ଜୀବନ ଯାଇଛି ମାତ୍ର ଜଣେ ଯୁବକଙ୍କ ମୃତ୍ୟୁ ନେଇ ସନ୍ଦେହ ବଢିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଆଉ ତଦନ୍ତ ପରେ ଯାହା ସାମନାକୁ ଆସିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବନଭୁଲପୁରାରେ ଏକ ବେଆଇନ ଭାବେ ନିର୍ମିତ ମଦ୍ରାସା ଭାଙ୍ଗିବା ପରେ ଫେବୃଆରୀ ୮ରେ ଉତ୍ତରାଖଣ୍ଡର ନେନିତାଲ ଜିଲ୍ଲାର ହଲଦୱାନୀରେ ହିଂସାକାଣ୍ଡ ଘଟିଥିଲା । ତେବେ ହିଂସାକାଣ୍ଡ ଘଟିଥିବା ସ୍ଥାନଠାରୁ କିଛି ଦୂରରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଥିଲା । ତେବେ ଯୁବକଙ୍କ ମୃତ୍ୟୁ ହିଂସା ଯୋଗୁଁ ହୋଇନଥିବା ପୋଲିସ କହିଛି । ଏନେଇ ଏକ ଚାଞ୍ଚଲ୍ୟକର ସତ୍ୟ ସାମନାକୁ ଆସିଛି । ମୃତକ ହେଉଛନ୍ତି ବିହାର ଭୋଜପୁର ଜିଲ୍ଲାର ପ୍ରକାଶ କୁମାର ସିଂ । ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା । ପ୍ରକାଶ ଏକ ଭିଡିଓ ରଖି ପ୍ରୟଙ୍କାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ପ୍ରିୟଙ୍କାଙ୍କ ସ୍ୱାମୀ ବୀରେନ୍ଦ୍ର ଜଣିବାକୁ ପାଇଲେ । ସେ ପ୍ରକାଶଙ୍କୁ ହଲଦୱାନୀ ଡାକିବାକୁ ପ୍ରିୟଙ୍କାଙ୍କୁ କହିଥିଲେ । ପ୍ରକାଶ ହଲଦୱାନୀ ଆସିବା ପରେ ତାଙ୍କୁ ଭିଡିଓଟିକୁ ଡିଲିଟ କରିବା ପାଇଁ କହିଥିଲେ । ମାତ୍ର ସେ ଡିଲିଟ ନ କରିବାରୁ ବୀରେନ୍ଦ୍ର, ତାଙ୍କ ପତ୍ନୀ ଓ ତିନି ସହଯୋଗୀ ମିଶି ପ୍ରକାଶଙ୍କୁ ହତ୍ୟା କରିଥିଲେ । ବୀରେନ୍ଦ୍ର ପ୍ରକାଶଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ହତ୍ୟାକୁ ହିଂସାରେ ମୃତ୍ୟୁ ରୂପ ଦେବା ପାଇଁ ମୃତଦେହକୁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ । ମୃତଦେହ ନିକଟରୁ ପୋଲିସ ମୋବାଇଲ ଜବତ କରିଥିଲା । ପରେ ତଦନ୍ତ କରିବା ପରେ ସତ ଘଟଣା ସାମନାକୁ ଆସିଛି । ପୋଲିସ ଅଭିଯୁକ୍ତ ବୀରେନ୍ଦ୍ର ଓ ତିନି ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ସ୍ତ୍ରୀ ପ୍ରିୟଙ୍କା ଏବେ ଯାଏ ଫେରାର ଥିବା ପୋଲିସ ସୂଚନା ଦେଇଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଏସପି ପ୍ରହ୍ଲାଦ ନାରାୟଣ ମୀନା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking