29.1 C
Bhubaneswar
Monday, May 6, 2024
Homeକରୋନାଅଭିନେତ୍ରୀ ଶ୍ରୀପଦାଙ୍କର କରୋନାରେ ପରଲୋକ

ଅଭିନେତ୍ରୀ ଶ୍ରୀପଦାଙ୍କର କରୋନାରେ ପରଲୋକ

ମୁମ୍ବାଇ : କରୋନରେ ଆକ୍ରାନ୍ତ ହୋଇ ବୁଧବାର ଦିନ ପ୍ରାଣ ହରାଇଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ରୀପଦା। ସେ ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବହୁ ଅଭିନେତାଙ୍କ ସହିତ କାମ କରିଥିଲେ। ୧୯୮୯ରେ ଶ୍ରୀପଦା ‘ବଟୱାରା’ ଚଳଚ୍ଚିତ୍ରରେ ଉଭୟ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନାଙ୍କ ସହିତ ଅଭିନୟ କରିଥିଲେ। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ ଆସୋସିଏସନ (ସିଆଇଏନଟିଏଏ) ପକ୍ଷରୁ ଟ୍ୱିଟ କରି ଶ୍ରୀପଦାଙ୍କ ମୃତ୍ୟୁ ଖବର ଦିଆଯାଇଛି। ସେ ଏକାଧିକ ହିନ୍ଦୀ, ଦକ୍ଷିଣ ଭାରତୀୟ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେଥିମଧ୍ୟରେ ବେୱାଫା ସମା, ଉଲ୍ଲାକା, ଆଗ୍‍ କେ ଶୋଲେ, ଟେଲିଭିଜନ ଧାରାବାହିକ ଜି ହରର ସୋ ଆଦି ଅନ୍ତର୍ଭୁକ୍ତ। ଶ୍ରୀପଦାଙ୍କ ସହିତ ୨୦୧୫ରେ ଭୋଜପୁରୀ ଚଳଚ୍ଚିତ୍ର ‘ହମ୍‍ ତୋ ହୋ ଗୟି ନି ତୋହାର’ରେ ଅଭିନୟ କରିଥିବା ରବି କିଶନ ଶ୍ରୀପଦାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଅତ୍ୟନ୍ତ ନମ୍ର ଓ ଭଦ୍ର ଥିଲେ ବୋଲି ରବି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking