35.1 C
Bhubaneswar
Sunday, May 19, 2024
Homeଓଡିଶା୯୦ କରୋନା ଆକ୍ରାନ୍ତ ଚିହ୍ନଟ

୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ : ଜିଲ୍ଲାରେ ଆଜି ୯୦ ଜଣ ନୂତନ କରୋନା ସଂକ୍ରମିତ ହୋଇଥିବା ବେଳେ ୮୧ ଜଣ ଘରୋଇ ସଂଗରୋଧରୁ ଓ ୯ ଡାକ୍ତରଖାନା ରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ପୈାରାଚଂଳରୁ ୨୮ ଜଣ, ସଦର ବ୍ଲକରୁ ୧୦ ଜଣ, ଗଁଦିଆ ବ୍ଲକରୁ ୧୮ ଜଣ, ହିନ୍ଦୋଳ ବ୍ଲକରୁ ୧୩ ଜଣ, ଓଡାପଡା ବ୍ଲକରୁ ୬ ଜଣ , କଙ୍କଡାହାଡ ବ୍ଲକରୁ ୫ ଜଣ, ଭୁବନ ବ୍ଲକରୁ ୩ ଜଣ, ପର୍ଜଙ୍ଗରୁ ୨ ଜଣ, କାମାକ୍ଷାନଗରରୁ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସର୍ବାଧିକ ଢେଙ୍କାନାଳ ପୈାରାଚଂଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ଢେଙ୍କାନାଳ ପୈରାଚଂଳର କୁଞ୍ଜକାନ୍ତରୁ ୫ଜଣ, ଆନନ୍ଦ ନଗର ୩ ଜଣ, ମୀନା ବଜାର, ଦେଉଳ ସାହି, କୁମ୍ଭାର ସାହି, ସ୍ୟାମଚରଣପୁର ଦୁଇ ଜଣ ଲେଖାଏଁ, ହାଟରୋଡ, ଖମାର ସାହି, ଲକ୍ଷ୍ମିବଜାର, ରାମେଶ୍ୱର ପୁର, ଜୁବୁଲି ଟାଉନ, ଗଣେଶ ବଜାର, ହାଉସିଂବୋର୍ଡ, ଡିଏଚ୍‌ଏଚ୍ ଓ ବନମାଳି ପ୍ରସାଦରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଁଦିଆ ବ୍ଲକ୍ ଦଧିସିଂଗାରୁ ୧୨ ଜଣ, ଯୋରନ୍ଦା ୩ ଜଣ, ମୁକୁନ୍ଦପୁର, ଚିରୁଳେଇ, ବଲ୍ଲଭରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକ ଗୋହିରାଛୋର, ରାଜାମୋହନପୁର, ଖାଲପାଳ, କନ୍ତାମିଲ, କୁରୁମିଠା, ଭଗବାନପୁର, ଗୋବିନ୍ଦବେରେଣି, ନୁଆ ପାଟନା, ନୂଆବଗ, ଇଶ୍ୱରପାଳ ଜଣେ ଲେଖାଏଁ ହୋଇଥିବା ବେଳେ ମଗୁବେରେଣୀରୁ ଦୁଇ ଜଣ ମୋଟ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକର ଗହମଖୁଂଟି ୩ଜଣ, କାଇମାଟି, ଦାମଦରନାଳି, ନାଗିଆପଶି, ଗୋବିନ୍ଦପୁର, ଭାଗିରଥିପୁର, କାମଧେନୁକୋଟ, ଦୁଧୁକାଟେଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଓଡାପଡା ବ୍ଲକର ପୋଡାପଡାରୁ ୨ଜଣ, କୁରୁଂଟି, ମୁର୍ଦଙ୍ଗପଲି, ବଳରାମପୁର ଓ ଏକଘରିଆରୁ ଜଣେ ଲେଖାଏଁ ଚିହ୍ନଟି ହୋଇଛନ୍ତି । କଙ୍କଡାହାଡ ବ୍ଲକ୍‌ର ବାଲିଆପାଳ, ବାଟଗାଁରୁ ୨ ଜଣ ଲେଖାଏଁ ଓ ରହଣିରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ପର୍ଜଙ୍ଗ ବ୍ଲକର ରଙ୍ଗଥାଳି, ମୁକ୍ତାପଶିରୁ ଜଣେ ଲେଖାଏଁ, କାମାକ୍ଷାନଗର ବ୍ଲକର କଂଟାପାଳ, ଗାଙ୍ଗିଜୋଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୬୫୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫୯୬୨ ସୁସ୍ଥ ହୋଇଫେରିଥିବା ବେଳେ ମୋଟ ୫୨୩ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ ୨୯ ଜଣ କରୋନା ଆକ୍ରାନ୍ତରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking