26.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା କଂଗ୍ରେସ ଆରମ୍ଭ କଲା କୋଭିଡ କନ୍ଟ୍ରୋଲ ସେଲ୍

ଜିଲ୍ଲା କଂଗ୍ରେସ ଆରମ୍ଭ କଲା କୋଭିଡ କନ୍ଟ୍ରୋଲ ସେଲ୍

ବଲାଙ୍ଗିର : ଜିଲ୍ଲାରେ କରୋନାର ଭୟାବହତା ଓ ସଂଖ୍ୟାକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା କଂଗ୍ରେସ ଆଜି ୨୪ଞ୍ଚ୭ କୋଭିଡ କନ୍ଟ୍ରୋଲ ସେଲ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହାରେ ଙ୍କ ଉପସ୍ଥିତିରେ ସ୍ତାନୀୟ କଂଗ୍ରେସ ଭବନ ଠାରେ ଆଜି ଠାରୁ ଏହି ସେବା ଯୋଗାଇ ଦିଆଯିବ । ଦିନକୁ ଦିନ କରୋନା ସଂକ୍ରମଣ ଜିଲ୍ଲାର ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିଛି । ସରକାରୀ ବ୍ୟବସ୍ଥା ଥିବା ସତ୍ୱେ ଜନସାଧାରଣ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜନସେବା ଉଦ୍ଦେଶ୍ୟରେ ଏହି କାଯ୍ୟକ୍ରମ ଆରମ୍ଭ କରାଯାଇଛି । ଆବଶ୍ୟକ ମୁତାବକ ଲୋକେ କଂଗ୍ରେସ କନ୍ଟ୍ରୋଲ ସେଲ ସହ ଯୋଗାଯୋଗ କରି କୋଭିଡ ସେବା ସହିତ, ପ୍ରବାସୀ, ରକ୍ତ, ଡାକକ୍ତରଖାନା ସମ୍ବନ୍ଧୀୟ ସମସ୍ତ ସେବା ପାଇ ପାରିବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି।

କଂଗ୍ରେସ କୋଭିଡ କନ୍ଟ୍ରୋଲ ରୁମ ତରଫରୁ ବିଭିନ୍ନ ନମ୍ବର ଜାରି କରାଯାଇଛି । ମନୀଷ ମିଶ୍ର-୯୪୩୭୨୪୧୯୭୧, ବୁଲୁ ଦାନୀ-୯୪୩୭୧୫୦୯୦୦, ଅଜୟ ବାଲୀ-୯୭୭୬୨୯୪୮୧୬,ସାନନ୍ଦ ମିଶ୍ର-୯୪୩୭୯୦୫୯୪, ପ୍ରେମ ମିଶ୍ର-୯୪୩୮୨୮୫୬୦୭,ଶୁଭ୍ରାଂଶୁ ପଣ୍ଡା-୯୭୭୬୯୨୦୦୦୪, ଶ୍ରୀଧର ବାରିକ-୯୯୩୮୩୬୫୬୮୨,ଅଙ୍କିତ ସାହୁ-୬୩୭୦୯୮୨୮୮୩, ଅରବିନ୍ଦ ସାହୁ-୭୯୭୮୭୭୧୦୨୨ ସହିତ ଜିଲ୍ଲା ସଭାପତି ଦିଲୀପ ବେହେରା, ବିରେନ୍ଦ୍ର ମିଶ୍ର, କୈଳାସ ମିଶ୍ର, ସଞ୍ଜୟ ମିଶ୍ର, ଅଜୁ ସାଏ, କିରଣ ସେଠ, ଓମ ରାଉତ, ଅମୀୟ ବଗର୍ତ୍ତୀ ତଥା ବୁଲୁ ବେହେରାଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking