29.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିଭିନ୍ନ ଫିଲ୍ମରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ପାରିଥିବା ବର୍ଷା ଖୁବଶୀଘ୍ର ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବର୍ଷା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛି ବୋଲି କହିଛନ୍ତି ବର୍ଷା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ହେଉଛନ୍ତି ଜଣେ ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନ ଙ୍କ ପାଇଁ ଫିଲ୍ମ କରିଥିଲି ଆଉ ଏବେ ତାଙ୍କ କଥା କମ ଓ କାର୍ଯ୍ୟରେ ବେଶୀ ବିଶ୍ୱାସ କରୁଥିବା ନୀତିରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking