30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ,ମୁମ୍ବାଇ ସ୍ଥିତ ନିଜ ଘରେ ଜାତୀୟ ପତାକା ଉଡାଇଛନ୍ତି । ତେବେ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଯେଉଁଥିରେ ବଲିଉଡ ଅଭିନେତା ଅମୀର ଖାନ ନିଜକୁ ସାମିଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସମଗ୍ର ଦେଶର ନାଗରୀକମାନେ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ ଅପିଲ କରାଯାଉଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’କାର୍ଯ୍ୟକ୍ରମ ଜାରୀ ରହିବ । ତେବେ ଏହି ଅଭିଯାନରେ ଅମୀର ଖାନ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking