30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଓଲଟିଲା ମାଟି ବୋଝେଇ ଟ୍ରକ; ଗୋଟିଏ ପରିବାରର ୫ ମୃତ

ଓଲଟିଲା ମାଟି ବୋଝେଇ ଟ୍ରକ; ଗୋଟିଏ ପରିବାରର ୫ ମୃତ

ବେଙ୍ଗାଲୁରୁ: ରାସ୍ତା କଡରେ ଛିଡା ହୋଇଥିଲେ ୫ଜଣ ବ୍ୟକ୍ତି । ହଠାତ ମାଡି ଆସିଲା ମୃତ୍ୟୁର ଗାଡି । କାଳ ରାତ୍ରୀରେ ଲିଭିଗଲା ଗୋଟିଏ ପରିବାରର ୫ଜଣ ବ୍ୟକ୍ତିଙ୍କ ଜୀବନ । ମାଟି ବୋଝେଇ ଟିପ୍ପର ଓଲଟିବା କାରଣରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ବାଲାକୋଟର ବିଲାଗି ତାଲୁକ ଅଞ୍ଚଳରେ ହୋଇଛି ଏଭଳି ଦୁର୍ଘଟଣା । ଏଭଳି ଭୟଙ୍କର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ୟେଙ୍କାପା ଶିବାପ୍ପା ତୋଲାମାତି(୭୨), ତାଙ୍କ ସ୍ତ୍ରୀ ୟେଲାଭା ୟେଙ୍କାପା ତୋଲାମାତି(୬୬), ତାଙ୍କ ପୁଅ ପୁଣ୍ଡାଲିକା ୟେଙ୍କାପା ତୋଲାମାତି(୪୦), ଝିଅ ନାଗାଭା ଅଶୋକ ବାମାନାଭାରା, ତାଙ୍କ ସ୍ୱାମୀ ଏବଂ ୟାଙ୍କାପାଙ୍କର ଜ୍ୱାଇଁ ବଦାରଦିନି ଗ୍ରାମର ଅଶୋକ ନିଙ୍ଗାପା ବାମାନାଭାରା(୪୮) । ସୂଚନା ଅନୁସାରେ, ଗୋଟିଏ ପରିବାରର ୫ଜଣ ବ୍ୟକ୍ତି କ୍ଷେତରେ କାମ କରି ଗାଁକୁ ଫେରିବା ପାଇଁ ରାସ୍ତା କଡରେ ଛିଡା ହୋଇଥିଲେ । ଏହି ସମୟରେ ଆସୁଥିବା ଏକ ମାଟି ବୋଝେଇ ଟ୍ରକର ଟାୟାର ଫାଟି ଯାଇଥିଲା ।

ଫଳରେ ଟିପ୍ପର ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ୫ଜଣଙ୍କ ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଦୁର୍ଘଟଣା ପରେ ଖବର ପାଇଁ ବଦାରଦିନି ଏବଂ ୟତନାତିର ଶହଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯଦି ୧୦ ମିନିଟ୍‌? ଗଡି ଯାଇଥାନ୍ତା ତେବେ ସେମାନେ ନିଜ ଘରେ ପହଞ୍ଚିଥାନ୍ତେ ବୋଲି ସ୍ଥାନୀୟ ଲୋକେ କହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଏନେଇ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରସନ୍ନ ଦେଶାଇ କହିଛନ୍ତି, “ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହାସହ ବ୍ୟବଚ୍ଛେଦ ପାଇଁ ସମସ୍ତଙ୍କୁ ତାଲୁକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବରାଗି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking