28.9 C
Bhubaneswar
Sunday, May 5, 2024
Homeଓଡିଶାପୃଥକ ପୃଥକ ଦୁର୍ଘଟଣାରେ ୨ ମୃତ

ପୃଥକ ପୃଥକ ଦୁର୍ଘଟଣାରେ ୨ ମୃତ

ମୟୂରଭଞ୍ଜ : ରବିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଇଲାକାରେ ପୃଥକ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବୈଶିଙ୍ଗା-ରୁପସା ରାସ୍ତାରେ ମହୁରୀ ଗ୍ରାମର କଣ୍ଡରୁ ଓରଫ ସର୍ବେଶ୍ବର ରଣା (୭୦ ବର୍ଷ)ଙ୍କୁ ଏକ ଡମ୍ଫର ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେ ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ସର୍ବେଶ୍ବର ପ୍ରତିଦିନ ଭଳି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମହୁରୀ ଛକ ଅତିକ୍ରମ ସମୟରେ ରୁପସା ପଟୁ ଦ୍ରୁତଗତିରେ ଆସୁଥିବା ଡମ୍ଫରଟି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ହାତୀଝୁରୀ ଗ୍ରାମ ନିକଟରେ ବାଙ୍ଗିରିପୋଷି – ପୁରୀ ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟ ଘଟିଛି । ଟ୍ରେନ ଆସୁଥିବା ସମୟରେ ଯୁବକ ଜଣଙ୍କ ସମ୍ମୁଖକୁ ଡେଇଁ ପଡିଥିଲେ । ଉଭୟ ଘଟଣାରେ ଯଥାକ୍ରମେ ବୈଶିଙ୍ଗା ଓ ରେଳବାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking