32.1 C
Bhubaneswar
Saturday, May 18, 2024
Homeଓଡିଶାସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି

ଭୁବନେଶ୍ବର: ଆଜି ବି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି ଅନୁଭୂତ ହେଲାଣି। ଅସହ୍ୟ ଗୁଳୁଗୁଳିରେ ଯୋଗୁ ବି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୬ ଡିଗ୍ରି ଏବଂ ଆର୍ଦ୍ରତା ୯୦% ରେକର୍ଡ କରାଯାଇଛି। ଏଣେ ସକାଳ ସାଢେ ୮ଟା ବେଳେ ରାଜଧାନୀର ତାପମାତ୍ରା ୩୩.୨ ଡିଗ୍ରି ରେକର୍ଡ କରାଯାଇଛି।

ତେଣେ ସକାଳ ସାଢେ ୮ଟା ବେଳେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୬.୪ ଡିଗ୍ରି, ହୀରାକୁଦରେ ୩୫.୬ ଡିଗ୍ରି, ଚାନ୍ଦବାଲିରେ ୩୩.୮ ଡିଗ୍ରି, ପୁରୀରେ ୩୨.୬ ଡିଗ୍ରି , ବାଲେଶ୍ୱରରେ ୩୨.୨ ଡିଗ୍ରି, ଗୋପାଳପୁରରେ ୩୨ ଡିଗ୍ରି, କେନ୍ଦୁଝରରେ ୩୨ ଡିଗ୍ରି ଓ ପାରାଦୀପଠାରେ ୩୧.୮ଡିଗ୍ରି ରେକର୍ଡ କରାଯାଇଛି। ଏଣେ ଆହୁରି ୨ ଦିନ ତାତିରୁ ନିସ୍ତାର ନାହିଁ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ଆଗାମୀ ୨ ଦିନ ଉପକୂଳ ଏବଂ ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking