33.1 C
Bhubaneswar
Saturday, April 27, 2024
Homeଓଡିଶାଦୁର୍ଘଟଣାରେ ଭାଇ-ଭଉଣୀ ମୃତ

ଦୁର୍ଘଟଣାରେ ଭାଇ-ଭଉଣୀ ମୃତ

ଖଲିକୋଟ : ଖଲିକୋଟର ଏନଏଚ -୧୬ ଗଣ୍ଡାପାଲି ନିକଟରେ ଏକ ବାଇକକୁ ଟ୍ରକ ଧକ୍କାଦେବା ଫଳରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି । ଏକ ବାଇକରେ ବାପା, ମା’, ଦୁଇ ପୁଅ ଓ ଝିଅ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅନ୍ୟପଟୁ ଆସୁଥିବା ଏକ ଟ୍ରକ ବାଇକୁ ଧକ୍କା ଦେବା ଫଳରେ ଓ ଟ୍ରକଟି ବାଇକ ଉରେ ଚଢିଯାଇଥିବାରୁ, ଘଟଣାସ୍ଥଳରେ ୧୦ ବର୍ଷର ଭାଇ ଓ ୭ ବର୍ଷର ଭଉଣୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିବା ସହିତ ଅଞ୍ଚଳବାସୀ ଟ୍ରକଟିକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛନ୍ତି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking