32.1 C
Bhubaneswar
Saturday, May 4, 2024
Homeଓଡିଶାଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇଜଣଙ୍କ ଜୀବନ

ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇଜଣଙ୍କ ଜୀବନ

ସୁନ୍ଦରଗଡ଼: ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍। ଚାଳକଙ୍କ ସମେତ ଚାଲିଗଲା ଦୁଇଜଣଙ୍କ ଜୀବନ। ୨ ଗୁରୁତର। ସୁନ୍ଦରଗଡ଼ ରାଜ୍ୟ ରାଜପଥ କଡ଼ କେଡିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଏଭଳି ଦୁର୍ଘଟଣା। ସୂଚନା ଅନୁଯାୟୀ,୨୯ ତାରିଖ ଭୋର ସମୟରେ ସୁନ୍ଦରଗଡ଼ ରାଜ୍ୟ ରାଜପଥ କଡ଼ କେଡିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଠିଆ ଏକ ଟ୍ରକ ଉପରେ ପଛକୁ ପଛ ୨ଟି ସିମେଣ୍ଟ ଓ ଲୁହା ରଡ୍ ବୋଝେଇ ଟ୍ରକ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣକର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଗାଡ଼ିରେ ଥିବା ୨ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଗାଙ୍ଗପୁରର ଗାଡ଼ି ବେଦବ୍ୟାସରୁ ବଲଙ୍ଗୀର ଯାଉଥିଲା ବୋଲି ସୂଚନା ରହିଛି। ଦୁର୍ଘଟଣା ପରେ ସୁନ୍ଦରଗଡ଼ର ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking