39.1 C
Bhubaneswar
Friday, April 26, 2024
Homeମନୋରଞ୍ଜନ‘ଲାଲ ସିଂ ଚଡ୍ଢାକୁ’ ନେଇ ଏପରି ରହିଛି ଅମୀରଙ୍କ ପ୍ଲାନ୍, ଜାଣନ୍ତୁ କେବେ ହେବ ଟ୍ରେଲର...

‘ଲାଲ ସିଂ ଚଡ୍ଢାକୁ’ ନେଇ ଏପରି ରହିଛି ଅମୀରଙ୍କ ପ୍ଲାନ୍, ଜାଣନ୍ତୁ କେବେ ହେବ ଟ୍ରେଲର ରିଲିଜ୍

ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟ ନାମରେ ପରିଚିତ ଅମୀର ଖାନ । ତାଙ୍କ ଫିଲ୍ମକୁ ଫ୍ୟାନ୍ସମାନେ ଚାତକ ପରି ଅନାଇ ବସିଥାନ୍ତି । ଅମୀରଙ୍କ ଆଗାମୀ ଫିଲ୍ମକୁ ନେଇ ଏବେ ଠୁ ତାଙ୍କର ଫ୍ୟାନ୍ସମାନଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । ପ୍ରାୟ ୪ବର୍ଷ ପରେ ବଡ଼ ପରଦାରେ ନଜର ଆସିବେ ଅମୀର ଖାନ । ତାଙ୍କର ଶେଷ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ଯାହା ୨୦୧୮ରେ ରିଲିଜ ହୋଇଥିଲା ।

ଏହା ଭିତରେ ‘ଲାଲ ସିଂ ଚଡ୍ଢା’ର ଟ୍ରେଲର ରିଲିଜକୁ ନେଇ ଆସୁଛି ବଡ଼ ଖବର । କୁହାଯାଉଛି କି ଆଇପିଏଲ୍ ଫାଇନାଲ ଦିନ ଏହାକୁ ରିଲିଜ କରାଯିବ । ଆଇପିଏଲ୍ ଫାଇନାଲ ୨୦୨୨ ମେ ୨୯ରେ ହେବାକୁ ଥିବାବେଳେ ଏହି ଦିନ ଏହାକୁ ଲଞ୍ଚ କରାଯିବ । ଏହା ପ୍ରଥମ ଥର ଏପରି ହେବାକୁ ଯାଉଛି ଯେତେବେଳେ ଦର୍ଶକମାନେ କ୍ରିକେଟ ମ୍ୟାଚ୍ ଦେଖୁଥିବାବେଳେ ଏହାର ଟ୍ରେଲର ଦେଖିବେ। ମ୍ୟାଚର ଦ୍ବିତୀୟ ଭାଗରେ ଷ୍ଟାର ସ୍ପୋର୍ଟ୍ସରେ ଏହାର ଟ୍ରେଲରକୁ ପ୍ରସାରଣ କରାଯିବ । କୌଣସି ଫିଲ୍ମର ଟ୍ରେଲର ଛୋଟ ପରଦାରେ ରିଲିଜ ହେବା ପ୍ରଥମ ଘଟଣା। ‘ଲାଲ ସିଂ ଚଡ୍ଢା’ ହଲିଉଡ଼ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking