32.1 C
Bhubaneswar
Tuesday, April 23, 2024
Homeମନୋରଞ୍ଜନବିମାନ କମ୍ପାନୀ ଉପରେ ରାଗିଲେ ଦିୟା ମିର୍ଜା , ୩ଘଣ୍ଟା ଯାଏ ଫସି ରହିଲେ

ବିମାନ କମ୍ପାନୀ ଉପରେ ରାଗିଲେ ଦିୟା ମିର୍ଜା , ୩ଘଣ୍ଟା ଯାଏ ଫସି ରହିଲେ

ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି। ଏବେ ସେ ଏଥିରେ କହିଛନ୍ତି ନିଜ ସହ ଘଟିଥିବା ଏକ ଘଟଣା ବିଷୟରେ । ଦିୟା ୩ ଘଣ୍ଟା ଯାଏ ବିମାନରେ ଫସି ରହିଥିଲେ ଏବଂ ଏହି ସମୟରେ ତାଙ୍କୁ କୌଣସି ସାହାଯ୍ୟ ମିଳିଲା ନାହିଁ । ସେ ଏୟାର ଲାଇନ୍ କମ୍ପାନୀ ଉପରେ ବିରକ୍ତ ହୋଇ ପଚାଥିଲେ ତାଙ୍କର ଜିନିଷ କେଉଁଠି ଅଛି । ଏହି ସମସ୍ୟାରେ କେବଳ ଦିୟା ମିର୍ଜା ନୁହଁନ୍ତି ଆହୁରି ଅନେକ ଯାତ୍ରୀଙ୍କୁ ଭୋଗିବାକୁ ପଡ଼ିଛି ।
ଦିୟା କହିଛନ୍ତି ,ସେ ମୁମ୍ୱାଇରୁ ଦିଲ୍ଲୀ ଯାଉଥିଲେ , ଯେଉଁଠି ବିମାନକୁ ଜୟପୁର ଡାଇଭର୍ଟ କରିଦିଆଗଲା । ଏହି ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ଏବଂ ୩ଘଣ୍ଟା ଯାଏ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା।
ଦିୟା ନିଜର ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି , ଟଖ୯୦୪ ଯାହା ଦିଲ୍ଲୀ ଯାଉଥିଲା , ଏହାକୁ ଜୟପୁର ଡାଇଭର୍ଟ କରିଦିଆ ଗଲା । ଆମେ ଏୟାରକ୍ରାଫ୍ଟ ଭିତରେ ୩ଘଣ୍ଟା ଯାଏ ଅପେକ୍ଷା କରି ରହିଲୁ । ପୁଣି ଆମକୁ କୁହାଗାଲ କି ଉଡ଼ାଣ ରଦ୍ଦ କରିଦିଆ ଗଲା । ଏୟାରପୋର୍ଟ ଅଥୋରିଟି ବା ଭିସ୍ତାର ପକ୍ଷରୁ କୌଣସି ସାହାଯ୍ୟ ପାଇଁ ଜବାବ ଦେବାକୁ ଆସିଲେ ନାହିଁ । ଆମର ବ୍ୟାଗ୍ କେଉଁଠି ? ଦିୟା ଏହି ଟ୍ୱିଟ ସହ ଲେଖି ଭିସ୍ତାରାକୁ ଟ୍ୟାଗ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking