33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଟ୍ରକ ଧକ୍କାରେ ଯୁବତୀ ମୃତ, ରାସ୍ତାରୋକ 

ଟ୍ରକ ଧକ୍କାରେ ଯୁବତୀ ମୃତ, ରାସ୍ତାରୋକ 

ଝାରସୁଗୁଡ଼ା : ବେଲପାହାଡ଼ ପୌର ପରିଷଦ ଗୋମାଡେରା ରାସ୍ତା ଜନତା ମେଡିକାଲ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ମୃତ ଯୁବତୀ ଜଣକ ସ୍ଥାନୀୟ ଟିଆର୍‌ଏଲ୍ କଲୋନୀ ନିବାସୀ ଦେବାଶିଷ ସାଇଚ ଓ କବିତା ପଟେଲଙ୍କ ଝିଅ ଶେୟା ଆଇଚ (୨୧) ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶ୍ରେୟା ଆଜି ସକାଳେ ନିଜ ସ୍କୁଟି (ଓଡି୨୩ଡି୪୬୦୧)ରେ ଗୋମାଡେରା ପଟୁ ବେଲପାହାଡ଼କୁ ସେ କାମକରୁଥିବା ବାଲାଜି ଇଞ୍ଜିକନ୍ସ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ଟିଆରଏଲରେ ସିମେଣ୍ଟ ଅନ୍‌ଲୋଡ୍ କରି ଫେରୁଥିବା ଭାରିଯାନ (ଓଆରଏକେ୪୯୩୦)ଜନତା ମେଡିକାଲ ସମ୍ମୁଖରେ ଶ୍ରେୟାଙ୍କୁ ଓଭର ଟେକ କରିବାକୁ ଚେଷ୍ଟା କରିଥିଲା । ଭାରିଯାନଟି ଅତି ଦ୍ରୁତ ଗତିରେ ଥିବାରୁ ଶ୍ରେୟାଙ୍କ ସ୍କୁଟିର ଡାହାଣ ପଟର ମିରର୍‌କୁ ଧକ୍କା ଦେଇଥିଲା । ଫଳରେ ଶ୍ରେୟା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଉପରେ ଟ୍ରକର ପଛ ଚକ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଟ୍ରକଟିକୁ ରୋକିବାରେ ସମର୍ଥ ହୋଇଥିଲେ ହେଁ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ସକାଳ ୫ଟାରୁ ରାତି ୧୧ଟା ଯାଏଁ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ, ମୃତକଙ୍କ ପରିବାରକୁ କ୍ଷତିପୂରଣ, ଟିଆର୍‌ଏଲ୍‌, ଓପିଜିସି ଓ ଏମସିଏଲକୁ ଗାଡ଼ି ଚଳାଚଳ ପାଇଁ ପ୍ରସ୍ତାବିତ କୋଲ୍ କରିଡର୍ ଶୀଘ୍ର ନିର୍ମାଣ ପାଇଁ ଦାବି କରିଥିଲେ । ଯେ ପର୍ଯ୍ୟନ୍ତ ଗୋମାଡେରାର ରାସ୍ତାରେ ନୋ ଏଣ୍ଟ୍ରି ଲଗା ନ ଯିବ ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ କହିଥିଲେ । ଘଟଣାସ୍ଥଳକୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ବେଲପାହାଡ ଥାନା ଅଧିକାରୀ ରଶ୍ମିତା ବେହେରା ଓ ପୁଲିସ ଦଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ନୋ ଏଣ୍ଟ୍ରିର ଏକ ସମୟ ସୀମା ନିର୍ଦ୍ଧାରଣ ସହ ଗାଡ଼ିଗୁଡିକର ସ୍ପିଡ ଲିମିଟ ନିର୍ଦ୍ଧାରିତ କରାଯିବ । ସେହିପରି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ  ୭ ଦିନ ମଧ୍ୟରେ ଏକ ଆଲୋଚନା କରାଯାଇ ଭାରିଯାନ ଚଳାଚଳର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ଶ୍ରୀ ପାଣ୍ଡେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ଲୋକେ ଆଜିର ଦୁର୍ଘଟଣାରେ ଟିଆର୍‌ଏଲ୍ କ୍ରୋସକିକୁ ଦାୟୀ କରି କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking