27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦାଦନ ଯିବା ହେଲା କାଳ : ଗୁଜୁରାଟରୁ ଫେରିଲା ମନୋଜଙ୍କ ଶବ

ଦାଦନ ଯିବା ହେଲା କାଳ : ଗୁଜୁରାଟରୁ ଫେରିଲା ମନୋଜଙ୍କ ଶବ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲାର ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ଯାଇଥାଆନ୍ତି । କେତେବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଥାଏ ତ ଆଉ କେତେକଙ୍କ ମୃତଦେହ ଘରକୁ ଫେରିଥାଏ । ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ସଇଁନ୍ତଳା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ କୁଆଁରଗା ଗ୍ରାମରେ । ଦାଦନ ଖଟିବାକୁ ଯାଇଥିବା ମନୋଜ ଭୋଇ(୨୮)ଙ୍କ ମୃତଦେହ ଘରକୁ ଫେରିଛି । ମନୋଜ କିଛି ଦିନ ତଳେ ଗୁଜୁରାଟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ । କିନ୍ତୁ ସେ କାମ କରୁଥିବାବେଳେ ଛାତ ଉପରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ସେ କାମ କରୁଥିବା କମ୍ପାନୀର ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ୍ୟୁଦେହକୁ ତାଙ୍କ ନିଜ ଭିଟାମାଟିରେ ପହଞ୍ଚାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking