31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପ୍ରେମରେ କଳହ ପାଇଁ ଜଣେ ନିରୀହଙ୍କ ଉପରେ ରାଗ ସୁଝାଇଲା ଯୁବକ

ପ୍ରେମରେ କଳହ ପାଇଁ ଜଣେ ନିରୀହଙ୍କ ଉପରେ ରାଗ ସୁଝାଇଲା ଯୁବକ

ବଲାଙ୍ଗୀର: ପ୍ରେମିକ ପ୍ରେମିକାଙ୍କ ବଚସା ଭିତରେ ଚାଲିଗଲା ତୃତୀୟ ବ୍ୟକ୍ତିର ଜୀବନ । ପ୍ରେମିକା ଉପରେ ଥିବା ରାଗ ଜଣେ ନିରୀହ ବ୍ୟକ୍ତିଙ୍କ ଉପରେ ସୁଝାଇଲା ପ୍ରେମିକ । ଅଭିଯୁକ୍ତ ଯୁବକ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତ ଯୁବକ ସହ ତାର ସହଯୋଗୀକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖୋରଖୋଲ ଥାନା ଅନ୍ତର୍ଗତ ମାଲପଡ଼ା ଗ୍ରାମରେ । ସୂଚନା ଅନୁସାରେ, ଏହି ଗ୍ରାମର ଜଣେ ଯୁବକ ଜଣେ ବୃଦ୍ଧଙ୍କ ଘର ସମ୍ମୁଖ ପିଣ୍ଢାରେ ବସି ଫୋନରେ କଥା ହୋଇ ଗାଳି ଗୁଲଜ କରୁଥିଲା । ଯାହାକୁ ବୃଦ୍ଧ ଜଣକ ବାରଣ କରିଥିଲେ । ଏହି ସମୟରେ ଘରୁ ବାହାରି ପାଟି ତୁଣ୍ଡ ନକରିବାକୁ ସେ ଯୁବକକୁ କହିଥିଲେ । ଫଳରେ ଯୁବ ଜଣକ ରାଗି ଯାଇ ସମ୍ପୃକ୍ତ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ମାଳପଡା ଗ୍ରାମର ବୃଦ୍ଧ ଛତ୍ରପାଲ ମଲ୍ଲିକ ଘରେ ଏକୁଟିଆ ଥିଲେ । ସେ ରାତିରେ ଶୋଇଥିବାବେଳେ ତାଙ୍କ ଘର ସମ୍ମୁଖରେ ଗାଁର ଯୁବକ ଅନିରୁଦ୍ଧ କଅଁର କାହା ସହିତ ଫୋନରେ ବଡ଼ ପାଟିରେ ଗାଳି ଗୁଲଜ ଲାଗୁଥିଲା । ଯେଉଁଥିପାଇଁ ବୃଦ୍ଧ ଜଣକ ହୋଇ ସେହି ଯୁବକକୁ ପାଟି ନକରିବାକୁ କହିଥିଲେ । ଆଉ ଫୋନରେ ସେହି ସମୟରେ ପ୍ରେମିକାକୁ ଗାଳିଗୁଲଜ କରୁଥିବା ଯୁବକ ହଠାତ୍ ରାଗ ଜର୍ଜରିତ ହୋଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ତାର ଜଣେ ସାଙ୍ଗ ଗଜାନନ୍ଦ ଭୋଇଙ୍କୁ ଡାକିଥିଲା । ଉଭୟ ମିଶି ବୃଦ୍ଧଙ୍କ ମୃତଦେହକୁ ଘର ଭିତରେ ରଖି ତାଲା ପକାଇ ସେଠାରୁ ଫେରାର ହୋଇ ଯାଇଥିଲେ ।

ଏହି ଘଟଣାର ୪ ଦିନ ପରେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଥିଲେ । ପୋଲିସର ସନ୍ଧାନୀ କୁକୁର ହତ୍ୟା ଅଭିଯୁକ୍ତ ଯୁବକଙ୍କ ଘରକୁ ଚିହ୍ନଟ କରିଥିଲା । ଯାହାପରେ ପୋଲିସ ଅଭିୟୁକ୍ତ ଅନିରୁଦ୍ଧ କଅଁର ଓ ଗଜନନ୍ଦ ଭୋଇକୁ ଧରିଥିଲା । ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି । ତେବେ ପ୍ରେମରେ କଳହ ପାଇଁ ଜଣେ ନିରୀହଙ୍କ ଉପରେ ରାଗ ସୁଝାଇ ହତ୍ୟା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking