28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆମେରିକାର ସଂଗ୍ରହାଳୟରେ ମିଳିଲା ୯୩ ବର୍ଷ ପୂର୍ବରୁ ଭାରତୀୟ ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି

ଆମେରିକାର ସଂଗ୍ରହାଳୟରେ ମିଳିଲା ୯୩ ବର୍ଷ ପୂର୍ବରୁ ଭାରତୀୟ ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି

ଚେନ୍ନାଇ:ତାମିଲନାଡୁର ନାଗପଟ୍ଟନମସ୍ଥିତ ଏକ ମନ୍ଦିରରୁ ବର୍ଷ ୧୯୨୯ରେ ଚୋରି ହେଶଇଥିବା ରାଣୀ ସେମବିୟା ମହାଦେବୀଙ୍କ ପାଖାପାଖି ସାଢ଼େ ୩ ଫୁଟର କାଂସ୍ୟ ପ୍ରତିମା ଆମେରିକାର ୱାଶିଂଟନସ୍ଥିତ ‘ଫ୍ରିର ଗ୍ୟାଲେରି ଅଫ ଆର୍ଟ’ ସଂଗ୍ରହାଳୟରେ ମିଳିଛି । ପୋଲିସ ପ୍ରତିମା ପ୍ରକୋଷ୍ଠ ମୂର୍ତ୍ତି ସଂପର୍କରେ ସୂଚନା ମିଳିବା ପରେ ଏହାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ପୋଲିସ ମହାନିର୍ଦ୍ଦେଶକ ଜୟନ୍ତ ମୁରଲୀ କହିଛନ୍ତି ଯେ, ଏହି ମୂର୍ତ୍ତିକୁ ଫ୍ରିର ଗ୍ୟାଲେରି ଅଫ୍ ଆର୍ଟ ୧୯୨୯ରେ ରଖାଯାଇଛି । ନ୍ୟୁୟର୍କରେ ହ୍ୟାଗୋପ କେୱେରକିୟନ ନାମକ ବ୍ୟକ୍ତିଙ୍କ ଠାରୁ ଏହାକୁ କିଣାଯାଇଥିଲା, ଯିଏକି ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଠାରୁ କିଣିଥିଲେ । କେୱେରକିୟନଙ୍କ ୧୯୬୨ ମସିହାରେ ମୃତ୍ୟୁ ହୋଇସାରିଛି ।

ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ମୂର୍ତ୍ତି ସେଠାକୁ କେମିତି ପହଞ୍ଚିଲା ଓ କେତେ ଟଙ୍କାରେ ଏହାକୁ ବିକ୍ରି କରାଯାଇଥିଲା, ଏହା ତଦନ୍ତର ବିଷୟ । ସେ କହିଛନ୍ତି ଯେ, ରାଜେନ୍ଦ୍ରନ ନାମକ ଜଣେ ବ୍ୟକ୍ତି ୨୦୧୮ରେ ୱେଲନକନ୍ନୀ ପୋଲିସରେ ଅଭିଯୋଗ କରିଥିଲେ ଯେ, ସେ ୨୦୧୫ରେ ଫ୍ରିର ଗ୍ୟାଲେରି ଅଫ ଆର୍ଟ ଗସ୍ତ ସମୟରେ ସେମବିୟା ମହାଦେବୀଙ୍କ ପ୍ରତିମା ଦେଖିଥିଲେ । ସେ କହିଥିଲେ ଯେ, ଏସଂପର୍କରେ ସୂଚନା ତାମିଲନାଡୁର ନାଗପଟ୍ଟନମ ଠାରୁ ୨୫ କିଲୋମିଟର ଦୂର ସେମବିୟା ମହାଦେବୀ ଗାଁର କୈଳାଶନାଥ ସ୍ୱାମୀ ଶିବ ମନ୍ଦିରର ଲୋକଙ୍କୁ ଦିଆଯାଇଛି । ପରେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଣୀ ସେମବିୟା ମହାଦେବୀ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ରାଣୀଙ୍କ ମଧ୍ୟରୁ ଜଣେ ଥିଲେ । ସେ ନିଜର ପତିଙ୍କ ମୃତ୍ୟୁ ପରେ ନିଜର ଜୀବନକୁ ମନ୍ଦିର ନିର୍ମାଣରେ ସମର୍ପିତ କରିଥିଲେ । ସେ ଅନେକଗୁଡ଼ିଏ ମନ୍ଦିର ନିର୍ମାଣ କରାଇଥିଲେ । ଏବେ ଏହି ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking