40.1 C
Bhubaneswar
Tuesday, April 30, 2024
Homeଓଡିଶାଉପକୂଳରେ ପ୍ରଚଣ୍ଡ ଲହର; ଆହୁରି ୪ରୁ ୬ ବଢ଼ିବ

ଉପକୂଳରେ ପ୍ରଚଣ୍ଡ ଲହର; ଆହୁରି ୪ରୁ ୬ ବଢ଼ିବ

ଭୁବନେଶ୍ୱର: ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ । ଏବେ ଯେତିକି ଖରା ହେଉଛି, ତା’ଠାରୁ ଯଥେଷ୍ଟ ଅଧିକ ରହିବ ପାରଦ । ୨ କିମ୍ବା ୩ ନୁହେଁ, ଏକଥରେ ୬ ଡିଗ୍ରୀ ଯାଏଁ ବଢ଼ିବ ଦିନ ତାପମାତ୍ରା । ଆକାଶରୁ ନିଆଁ ବର୍ଷାହେବ । ବିଶେଷ କରି ଉପକୂଳ ଓଡ଼ିଶାରେ ଅନୁଭୂତ ହେବ ଅସମ୍ଭାଳ ଲହର । ଆଗାମୀ ୫ ଦିନ ଯାଏ ଅସହ୍ୟ ଗରମରୁ ମିଳିବନି କୌଣସି ପ୍ରକାରର ଆଶ୍ୱସ୍ତି । ଗ୍ରୀଷ୍ମପ୍ରବାହ ନେଇ ସୋମବାର ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୩୯.୨, ଝାରସୁଗୁଡ଼ା ୩୮.୮, ରାଉରକେଲା ୩୭.୮ ଡିଗ୍ରୀ, କେନ୍ଦୁଝର ୩୭.୪, ସମ୍ବଲପୁର ଓ ହୀରାକୁଦ ୩୭.୨ ଡିଗ୍ରୀ ତାପମାତ୍ରା ରହିଛି । ପାଣିପାଗ କେନ୍ଦ୍ର କହିଛି ଯେ ଏବେ ଓଡ଼ିଶା ମଧ୍ୟକୁ ଉତ୍ତରପଶ୍ଚିମର ଗରମ ପବନ ପ୍ରବାହିତ ହେଉଛି । ଏଥିସହ ସୂର୍ଯ୍ୟଙ୍କ ରଶ୍ମି ପ୍ରଖର ରହିଛି । ତେଣୁ ଦିନର ତାପମାତ୍ରା ଓଡ଼ିଶାର ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ । ଏହାର ଅର୍ଥ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୪ରୁ ୫ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ । ଏଥିପାଇଁ ଲୋକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବାହାରକୁ ଯିବା ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ସୋମବାର କଟକ, ଭଦ୍ରକ, ନୟାଗଡ଼, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହିଟ୍‌ୱେଭ ସ୍ଥିତି ଦେଖିବାକୁ ମିଳିବ ।

ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ଅନୁଗୋଳ ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଗରମ ଓ ଗୁଳୁଗୁଳି ମଧ୍ୟ ଅନୁଭୂତି ହେବ ।୧୬ ତାରିଖରେ ସ୍ଥିତି ଆହୁରି ସାଂଘାତିକ ହେବ । କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୧୭ ଓ ୧୮ତାରିଖରେ ୟେଲୋ ୱାର୍ଣ୍ଣିଂ ଜୋନ୍‌ରେ ଥିବା ଜିଲ୍ଲା ହେଉଛି କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କନ୍ଧମାଳରେ, କୋରାପୁଟ ଓ ମାଲକାନାଗିରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking