39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ମୁକାବିଲା: ଆସିବ କେନ୍ଦ୍ରୀୟ ଟିମ୍‌

କରୋନା ମୁକାବିଲା: ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ । ଓଡିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଟାଇବ ବୋଲି ସୂଚନା ମିଳିଛି । ଓଡିଶା, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଛତିଶଗଡକୁ ଟିମ ପଠାଯିବ । ସଂପୃକ୍ତ ୪ ରାଜ୍ୟରେ ହଠାତ୍ ପଜିଟିଭ କେସ ବଢିଥିବାରୁ କେନ୍ଦ୍ର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି । କେସ ବଢିବା ସହିତ ମୃତ୍ୟୁହାର ବଢିଥିବାରୁ ଟିମ ଆସିବେ ବୋଲି ନିଷ୍ପତ୍ତି ହୋଇଛି । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବ ଟିମ । କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ ଟିମ ସହାୟତା କରିବ । ତେବେ ଉକ୍ତ ଟିମରେ ଜଣେ ସଂକ୍ରାମକ ରୋଗର ବିଶେଶଜ୍ଞ ଓ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking