36.7 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ, ୫ ଶହ ଟଙ୍କା

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ, ୫ ଶହ ଟଙ୍କା

ଭୁବନେଶ୍ୱର: ଆଜି ବନ୍ୟାଂଚଳ ପରିଦର୍ଶନ କରିବା ପରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ସ୍ଥଳରେ ଥିବା ଯାଏଁ ରନ୍ଧାଖାଦ୍ୟ ପ୍ରଦାନ କରାଯିବ । ସେହିପରି ଜଳମଗ୍ନ ପରିବାରକୁ ତୁରନ୍ତ ୫୦ କେଜି ଚାଉଳ, ୫ ଶହ ଟଙ୍କା ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି । ଘର ଭାଙ୍ଗି ଥିବା ପ୍ରତି ଯୋଗ୍ୟ ପରିବାରକୁ ପଲିଥିନ ସିଟ ମିଳିବ ବୋଲି ନବୀନ କହିଛନ୍ତି । ଏସଡିଆରଏଫ ନିୟମାନୁସାରେ ଘରଭଙ୍ଗା ସହାୟତା ପ୍ରଦାନ କରାଯିବ । ୧୫ ଦିନ ମଧ୍ୟରେ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଜିଲ୍ଲାପାଳ । ଆକଳନ ପରବର୍ତ୍ତୀ ୧ ସପ୍ତାହ ମଧ୍ୟରେ ସହାୟତା ଦିଆଯିବ । କ୍ଷତିଗ୍ରସ୍ତଙ୍କୁ ଲୁଗା, ବାସନ, ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବି ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking