27.1 C
Bhubaneswar
Tuesday, May 7, 2024
Homeଅପରାଧଡିଜିଟାଲ ରେପ୍ ର ଶିକାର ହେଲା ୩ ବର୍ଷର ଶିଶୁ

ଡିଜିଟାଲ ରେପ୍ ର ଶିକାର ହେଲା ୩ ବର୍ଷର ଶିଶୁ

ନୂଆଦିଲ୍ଲୀ: ଗୌତମବୁଦ୍ଧ ନଗରରେ ପୁଣି ଥରେ ଡିଜିଟାଲ ରେପ୍ ମାମଲା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡା ୱେଷ୍ଟରେ ଜଣେ ୩ ବର୍ଷର ଝିଅ ସହ ସ୍କୁଲରେ ଏହି ଘଟଣା ଘଟିଛି । ପୀଡ଼ିତ ଶିଶୁର ବାପା ଆୟକର ବିଭାଗରେ ଅଧିକାରୀ ଅଛନ୍ତି । ଝିଅ ସହ ଘଟିଥିବା ଏହି ଘଟଣା ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ପୀଡ଼ିତ ଶିଶୁ ଘରେ କହିଥିଲା ଯେ ସ୍କୁଲରେ ଅଙ୍କଲ ତାଙ୍କ ସହ ଖରାପ କାମ କରିଛନ୍ତି । ଅବଶ୍ୟ ଶିଶୁ ଅଭିଯୁକ୍ତକୁ ଚିହ୍ନଟ କରିପାରିନାହିଁ । ପୀଡ଼ିତ ଶିଶୁର ବାପାଙ୍କ ଅଭିଯୋଗ ପରେ ବିସରଖ ପୋଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ଦୁଇଟି ଟିମ୍ ଗଠନ କରିଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ପୀଡ଼ିତ ଅଭିଯୋଗରେ କହିଛନ୍ତି ଯେ ପ୍ଲେ ସ୍କୁଲରେ ତାଙ୍କ ଝିଅ ସହ କେହି ଡିଜିଟାଲ ରେପ୍ ଘଟଣାକୁ ଘଟାଇଛି । ଘଟଣା ସ୍କୁଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଘଟଣାକୁ ନେଇ ଶିଶୁର ପରିବାର ସ୍ତବ୍ଧ ହୋଇପଡ଼ିଛି । ଗତ ସପ୍ତାହରେ ମଧ୍ୟ  ନୋଏଡା ପୋଲିସ ଡିଜିଟାଲ ରେପ୍ ମାମଲାରେ ଜଣେ ଚିତ୍ରକାରଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking