31.1 C
Bhubaneswar
Wednesday, August 12, 2026
Homeଓଡିଶା୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ଜଣେ ବ୍ୟକ୍ତିଙ୍କର ଜମିପଟା ନାମ ଜାରି କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଫଳରେ ବ୍ୟକ୍ତି ଜଣଙ୍କ ଏନେଇ ବାଲେଶ୍ୱର ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀଙ୍କୁ ମାଡ଼ି ବସିଥିଲେ lବ୍ୟକ୍ତି ଜଣଙ୍କ ଜମିପଟା ନିଜ ଜେଜେବାପାଙ୍କ ନାଁରେ କରିବା ପାଇଁ ବାରମ୍ବାର ରାଜସ୍ୱ ନିରୀକ୍ଷକ ଶରତଙ୍କ ପାଖକୁ ଯାଇଥିଲେ l ଟଙ୍କା ନଦେଲେ କରିବେ ନାହିଁ ବୋଲି ଶରତ ମନା କରିଥିଲେ l ଶେଷରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଏବେ ଭିଜିଲାନ୍ସ ତୁଡ଼ିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀଙ୍କ ସଂପର୍କରେ ଅଧିକ ଖୋଳତାଡ଼ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking