34.4 C
Bhubaneswar
Wednesday, August 12, 2026
Homeଓଡିଶାଓଡିଶା ଡିଜିପି ଚୟନ ପ୍ରକ୍ରିୟା: ୧୫ ଦିନ ସମୟ ମାଗିଲେ ରାଜ୍ୟ ସରକାର

ଓଡିଶା ଡିଜିପି ଚୟନ ପ୍ରକ୍ରିୟା: ୧୫ ଦିନ ସମୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁପ୍ରିମ କୋର୍ଟରେ ରାଜ୍ୟ ଡିଜିପି ଚୟନ ପ୍ରକ୍ରିୟା ମାମଲା । ବରିଷ୍ଠ ତାଲିକାରୁ ଜଣଙ୍କୁ ବାଦ ଦେବା ଏବଂ ଅନ୍ୟ ଜଣଙ୍କୁ ଯୋଡିବା ପାଇଁ ସରକାରୀ ସ୍ତରରେ ଭିନ୍ନ ମୋଡ ନେଉଛି । ଆସନ୍ତାକାଲି ନୂଆ ଦିଲ୍ଲୀରେ ୟୁପିଏସସି ଚୟନ କମିଟିରେ ବୈଠକ ପାଇଁ ଯୋଜନା ହେଉଥିବା ବେଳେ ସୁପ୍ରିକୋର୍ଟରେ ମାମଲାର ଶୁଣାଣି କରାଯିବ । ଏ ସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ସୋମବାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ  ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନିତ ଦେବା ପରେ ରାଜ୍ୟ ପୋଲିସ ମୁଖ୍ୟା ଚୟନ ପାଇଁ ବାଟ ଫିଟିଥିଲା । ପୂର୍ବରୁ ବରିଷ୍ଠତା ଭିତରେ ସୁଧାଂଶୁ ଷଡଙ୍ଗୀ , ସୁଶାନ୍ତ ନାଥ ଏବଂ ଆରତୀ କୋଚେଙ୍କର ନାଁ ଆଗରେ ରହିଥିଲା । ସୁଶାନ୍ତ ନାଥଙ୍କର ନାମ ସରକାର ବାଦ ପକାଇ ସଞ୍ଜୀବ ପଣ୍ଡାଙ୍କ ନାଁ ଆଗକୁ ଆଣିଥିଲେ । ଶ୍ରୀ ପଣ୍ଡାଙ୍କୁ ସରକାରଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ତାଙ୍କ ନାଁ ଚର୍ଚ୍ଚାରେ ଆଗରେ ରହିଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ ଏହି ମାମଲା ଲଢୁଛନ୍ତି । ଆଜି ପିରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ , ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟି ବି ମୋହନାଙ୍କର ଖଣ୍ଡପୀଠ ଏହି ମାମଲାର ଶୁଣାଇ କରିବେ । ପି. ଚିଦାମ୍ବରମ ଅଭିଯୋଗରେ ଦର୍ଶାଇଛନ୍ତି ଓଡିଶା ସରକାର ଡିଜିପି ଚୟନ ପାଇଁ ଏକ ନୂଆ ପ୍ୟାନେଲ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପଦ ପାଇଁ ମନୋନୀତ କରିବା ପାଇଁ ଉଦ୍ୟମ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking