28.1 C
Bhubaneswar
Friday, September 25, 2026
Homeଓଡିଶା୨୭ ସୁଦ୍ଧା ସରିବ PMAY ଯାଞ୍ଚ ପ୍ରକ୍ରିୟା

୨୭ ସୁଦ୍ଧା ସରିବ PMAY ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ୱର : ୨୭ ସୁଦ୍ଧା ସରିବ PMAY ଯାଞ୍ଚ ପ୍ରକ୍ରିୟା । ଅଗଷ୍ଟ ୨୭ ତାରିଖ ସୁଦ୍ଧା PMAYର ଯାଞ୍ଚ ପକ୍ରିୟା ଶେଷ ହେବ । ବର୍ତ୍ତମାନ ସୁଦ୍ଧା ୩୧ ଲକ୍ଷ ତାଲିକା ଚୂଡ଼ାନ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଓଡ଼ିଶା ଆସିବେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ହିତାଧିକାରୀଙ୍କୁ ଘର ବାଣ୍ଟିବେ। PMAY ଯୋଜନାରେ ୩୮ ଲକ୍ଷ ପଞ୍ଜୀକୃତ ହୋଇଛି।  ଲୋକଙ୍କୁ କିପରି ଘର ମିଳିବ । ସେଥିପାଇଁ ଆମେ ଆଲୋଚନା କରୁଛନ୍ତି । ସେହିପରି ଅନ୍ତଦ୍ୟୋୟ ଗୃହ ଯୋଜନାରେ ୨ ଲକ୍ଷ ୬୦ ହଜାର ଘର ଦିଆସାରିଲାଣି। ଆହୁରି ଏକ ଲକ୍ଷ ଘର ଦେବୁ। ନିରପକ୍ଷ ଭାବେ ଗରିବ ଲୋକଙ୍କୁ ଘର ଦିଆଯିବ।

ସେହିପରି VB-GRAMରେ ଅଧିକ କାମ ଯୋଗଦେବା ପାଇଁ ଆଲୋଚନା ହୋଇଛି। ଅଧିକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ମଧ୍ୟ ହେବ। ବିଗତ ସରକାର ଠିକ୍ ଭାବେ ଜମି ଚିହ୍ନଟ କଲେନି। କେନ୍ଦ୍ର ଯୋଜନାକୁ ବାଟ ମାରଣା କରିଲେ। ଆବାସ-୨ର ଯେଉଁ ତାଲିକା ଦେବା କଥା ସେତେବେଳେ ଦେଲେନି। ଯେଉଁଥିପାଇଁ ଏବେ ବନ୍ୟାରେ ଅଧିକ ଲୋକଙ୍କ ଘର ଭାଙ୍ଗିଥିବା ରିପୋର୍ଟ ଆସୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking